Below header

କ୍ରିକେଟ୍‌ ଖେଳକୁ ନେଇ ଗଣ୍ଡଗୋଳ, କାର୍ଯ୍ୟାନୁଷ୍ଠାନ ଦାବିରେ ଆଳି ଥାନା ଘେରାଉ

ଆଳି (କେ ନ୍ୟୁଜ୍‌) : ଝିମିଟି ଖେଳରୁ ମହାଭାରତ ଭଳି କେନ୍ଦ୍ରାପଡା ଆଳି ଅଞ୍ଚଳରେ ଏବେ କ୍ରିକେଟ୍‌ ଖେଳକୁ ନେଇ ବିବାଦ ସୃଷ୍ଟି ହୋଇଛି । ଆକ୍ରମଣକାରୀଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଦାବି କରି ଥାନାକୁ ଘେରାଉ କଲେ ଜାମୁଦଣ୍ଡା ଗ୍ରାମବାସୀ। କ୍ରିକେଟ ଖେଳକୁ ନେଇ ଗଣ୍ଡଗୋଳ ଘଟଣାରେ ଗତ ୬ ତାରିଖରୁ ଆଳି ଥାନାରେ ଅଭିଯୋଗ ହୋଇଥିଲା। ତେବେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ କରି ଶତାଧିକ ଜାମୁଦଣ୍ଡା ଗ୍ରାମବାସୀ ଦୀର୍ଘ ୩ ଘଣ୍ଟା ଧରି ଥାନା ଘେରାଉ କରି ଧାରଣାରେ ବସିଥିଲେ।

AUL THANA-1

ଅଭିଯୋଗ ଅନୁଯାୟୀ ଗତ ୬ ତାରଖ ଦିନ କୋଳିଡିହ ପଞ୍ଚାୟତ ଜୟ ହନୁମାନ ବିକାଶ ପରିଷଦ ପକ୍ଷରୁ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆୟୋଜିତ ହେଉଥିଲା । ଏହି ଖେଳରେ ଜାମୁଦଣ୍ଡାର କ୍ରିକେଟ ଟିମ୍ ଭାଗ ନେଇ ଥିଲା।ହେଲେ ଖେଳ ଚାଲିଥିବା ବେଳେ ଆକ୍ରୋଶ ମୂଳକ ଭାବେ ଆୟୋଜକମାନେ ଆକ୍ରମଣ କରି ଖେଳାଳି ଓ ସମର୍ଥକମାନଙ୍କୁ ଆହତ କରିଥିଲେ।

ଏନେଇ ଆଳି ଥାନାରେ ଅଭିଯୋଗ ହୋଇଥିଲା। ହେଲେ ଘଟଣାକୁ ୩ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ଆଜି ଗ୍ରାମବାସୀମାନେ ଥାନା ଘେରାଉ କରିଥିଲେ। ତେବେ ଥାନା ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶ୍ରୁତି ଦେବା ପରେ ଲୋକମାନେ ଆନ୍ଦୋଳନରୁ ହଟିଥିଲେ। ଅବଶ୍ୟ ଏନେଇ ପୋଲିସ କିଛି କହିବାକୁ ମାନ କରିଦେଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.