Below header

ପୁଅ ବାହାଘର ଦିନ ଦାଣ୍ଡରେ ବାପାର କୋକେଇ ବନ୍ଧା ହେଲା, ବାହାଘର ରହିଗଲା ଅଧାରେ

ଭଦ୍ରକ(କେନ୍ୟୁଜ୍):  ସରିଗଲା  ସବୁ ସୁଃଖ ଶିରି।  ଦିନ କେଇଟାରେ ଭୋଜି ଭାତରେ ଫାଟି ପଡୁଥାନ୍ତା  ଘର ଅଗଣା। କିନ୍ତୁ ଆଜି କାନ୍ଦ ବୋବାଳିରେ ଘର  ଫାଟି ପଡୁଛି। ପୁଅର ବାହାଘର ଦିନରେ ଦାଣ୍ଡରେ ବାପାର କୋକେଇ ବନ୍ଧା ହେଲା। ଏଭଳି ଆଖି ଭିଜିଗଲା  ଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୁଷୂରି ଥାନାର ଅଶୁରାଳି ଉଚ୍ଚପଦା ଗାଁରେ ।  ରବିନ୍ଦ୍ର ସେନଙ୍କ ପୁଅ ଗିରିଜା ଶଙ୍କର ସେନଙ୍କ ଆଜି ବାହାଘର ଥିଲା। କିନ୍ତୁ ତା ପୂର୍ବରୁ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ବାପା ରବିନ୍ଦ୍ର ସେନ୍।

ବାହାଘର ପାଇଁ ସମସ୍ତେ ବ୍ୟସ୍ତ ଥିବା ବେଳେ ଗତ ୨୬ ତାରିଖରେ ରବିନ୍ଦ୍ର ଘରର   ସିଡ଼ିରୁ  ପଡି ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଚିକିତ୍ସା  ପାଇଁ ଭୁବନେଶ୍ବରର ଘରୋଇ ଡାକ୍ତରଖାନାକୁ ଅଣାଯାଇଥିଲା। କିନ୍ତୁ  ସେଠାରେ ଚିକିତ୍ସା ପରେ ମଧ୍ୟ ରବିନ୍ଦ୍ରଙ୍କର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିନଥିଲା।

ଆଜି ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ସକାଳ ୮ ଟା  ସମୟରେ ସେ ଆଖି ବୁଜିଥିଲେ। ଏହି ଘଟଣା ପରେ ଏବେ ରବିନ୍ଦ୍ରଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.