Below header

ନିୟମ ନମାନି ବାହାଘର : ବର ବାପା ଓ ବଡ଼ ବାପା ଗିରଫ, ଉଭୟ ପକ୍ଷକୁ ଲକ୍ଷେ ଟଙ୍କା ଜରିମନା,ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ବ୍ରହ୍ମପୁର (କେ ନ୍ୟୁଜ୍‌) : କୋଭିଡ୍ ନିୟମ ନମାନି ୫୦ରୁ ଅଧିକ ବରଯାତ୍ରୀ ନେଇ ବାହାଘର କରିଥିବା ବ୍ୟକ୍ତିଙ୍କୁ ମିଳିଲା ଅର୍ଥଦଣ୍ଡ । ଖାଲି ଦଣ୍ଡ ନୁହେଁ ବରର ବାପା ଓ ବଡ଼ବାପାଙ୍କୁ ପୋଲିସ୍ ଗିରଫ ବି କରିଛି । ଗୋପାଳପୁର ଠାରେ ଏକ ହୋଟେଲରେ ଏହି ବାହାଘର ହୋଇଥିଲା । ବରଯାତ୍ରୀ ଓ ବର ଧୁମ୍ ନାଚି ଥିବାର ଭିଡିଓ ଭାଇରାଲ ହେବା ପରେ ଘଟଣା ନଜରକୁ ଆସିଥିଲା ।

ନା ବର ନା ବରଯାତ୍ରୀ କାହାରି ମୁହଁରେ ମାସ୍କ ନଥିଲା ଏବଂ କେହି ବି ସାମାଜିକ ଦୂରତା ରଖିନଥିଲେ । ଏହି ଘଟଣା ପଦାକୁ ଆସିବା ପରେ ଆଜି ପୋଲିସ୍ ଛାନ୍‌ବିନ୍ କରି ବର ବାପା ଓ ତାର ବଡ଼ବାପାଙ୍କୁ ଗିରଫ କରିଛି । ଏହା ସହିତ ଉଭୟ ବର ଓ କନ୍ୟାପକ୍ଷ ଉପରେ ୫୦ ହଜାର ଟଙ୍କା ଲେଖାଏଁ ଜରିମନା ଲଗାଇଛି ।

ଆହୁରି ମଧ୍ୟ ବାହାଘରରେ ଉପସ୍ଥିତ ହୋଇଥିବା ଉଭୟ ବରପକ୍ଷ ଓ କନ୍ୟାପକ୍ଷର ଲୋକଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ କୁହାଯାଇଛି । ସେହିପରି ବାହାଘର ହୋଇଥିବା ହୋଟେଲକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି ।

ସେପଟେ ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି। ଓଡ଼ିଶା ବର୍ତ୍ତମାନ ଘଡିସନ୍ଧି ମୁହୂର୍ତ୍ତରେ କୋଭିଡ୍‌ ବିରୁଦ୍ଧରେ ଫାଇଟ୍‌ କରୁଛି । ସଂକ୍ରମଣ ରୋକିବାକୁ ରାଜ୍ୟ ସରାକର କୋଭିଡ୍‌ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି । ଏଭଳି ସମୟରେ ଆମ ସମସ୍ତଙ୍କୁ ଗାଇଡଲାଇନ ଓ ନିୟମାବଳୀ ମାନିବା ଅତ୍ୟନ୍ତ ଜରୁରୀ ବୋଲି ସିଏମଓ ପକ୍ଷରୁ ଟ୍ଵିଟ କରାଯାଇଛି। ବ୍ରହ୍ମପୁରରେ କୋଭିଡ୍‌ ନିୟମ ଉଲ୍ଲଂଘନ କରି ବିବାହ ଘଟଣାରେ ୫ ଜଣ ଗିରଫ ହୋଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.