Below header

ଯୁବକକୁ ହିନ୍ଦୋଳରେ ପୋଡି ମାରି ଦେଇଥିବା ଘଟଣା ; ବାପ ଓ ପୁଅ ଗିରଫ

ପ୍ରଥମେ ଇନଷ୍ଟାଗ୍ରାମରେ ପ୍ରେମ ,ପରେ ବିବାହ ଏବଂ ତାପରେ ହତ୍ୟା।ଏହା ଏକ ଫିଲ୍ମର କାହାଣୀ ପରି ଲାଗୁଥିଲେ ମଧ୍ୟ ଏହା ଏକ ସତ ଘଟଣା । ଏଭଳି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ N A C ରେ ।

ଜଗତସିଂହପୁର: ପ୍ରଥମେ ଇନଷ୍ଟାଗ୍ରାମରେ ପ୍ରେମ ,ପରେ ବିବାହ ଏବଂ ତାପରେ ହତ୍ୟା।ଏହା ଏକ ଫିଲ୍ମର କାହାଣୀ ପରି ଲାଗୁଥିଲେ ମଧ୍ୟ ଏହା ଏକ ସତ ଘଟଣା । ଏଭଳି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ N A C ରେ ।

ହିନ୍ଦୋଳ NAC ରୁପାଲି ଗ୍ରାମର ଝିଅ ଦେବସ୍ମିତା ନାଏକ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଡୋଭାଳ ଗ୍ରାମର ବିଜୟ ବାରିକଙ୍କ ପୁଅ ସାଗର ବାରିକଙ୍କୁ ଇନଷ୍ଟାଗ୍ରାମରେ ପ୍ରେମ କରି ଗତ ଜାନୁଆରୀ ମାସରେ ବିବାହ କରିଥିଲେ । ଉଭୟେ ଦେବସ୍ମିତା ଓ ସାଗର ପ୍ରଥମେ କିଛିଦିନ ବାଲେଶ୍ଵର ରେ ରହିବାପରେ ଗତ ମାର୍ଚ୍ଚ ମାସରୁ ହିନ୍ଦୋଳ N A C ୱାର୍ଡ ନଂ ୯ ରୁପାଲିର ଦେବସ୍ମିତାଙ୍କ ଘରେ ରହୁଥିଲେ । ତିନିଦିନ ତଳେ ସାଗର ବାରିକଙ୍କ ପରିବାର ଲୋକ ଜାଣିବାକୁ ପାଇଥିଲେ କି ତାଙ୍କ ପୁଅ ସାଗର ବାରିକକୁ ମାରି ପୋଡି ଦିଆଯାଇଛି । ଏଭଳି ଏକ ସଙ୍ଗିନ ଅଭିଯୋଗ ଆଣିଛନ୍ତି ସାଗର ବାରିକଙ୍କ ଙ୍କ ପରିବାର ଲୋକେ । ମୃତ୍ୟୁର ତିନିଦିନ ପରେ ପରିବାରଲୋକେ ଆସି ପହଞ୍ଚିଥିଲେ ହିନ୍ଦୋଳ ଥାନାରେ ।

ଗତ ୨୬/୧୨/୨୩ ତାରିଖରେ ହିନ୍ଦୋଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି କି ତାଙ୍କ ପୁଅ ସାଗର ବାରିକର କିଡନୀ କୁ ୪୦ଲକ୍ଷ ଟଙ୍କାରେ ବିକି ମାରିପୋଡି ଦେଇଛନ୍ତି ଦେବସ୍ମିତା ଙ୍କ ପରିବାର ଲୋକେ । ଲିଖିତ ଅଭିଯୋଗକୁ ଭିତ୍ତିକରି ହିନ୍ଦୋଳ ପୋଲିସ କେସନଂ-୩୩୭ରେ ,ଦଫା ୩୦୨/୨୦୧/୫୦୬/ ୩୪ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିଲେ । ସାଇଣ୍ଟିଫିକ ଟିମ ଶବ ପୋଡା ଯାଇଥିବା ସ୍ଥାନରେ ପହଞ୍ଚି ହାଡ଼ ଓ ପାଉଁଶ ସଂଗ୍ରହ କରି ଲାବ୍ରୋଟେରୀକୁ ପଠାଇଛନ୍ତି l ରିପୋର୍ଟ ଆସିବା ପରେ ହିଁ ପ୍ରକୃତ ଘଟଣା ଜଣାପଡିବ । ହିନ୍ଦୋଳ ପୋଲିସ ର ପ୍ରାଥମିକ ତଦନ୍ତ ପରେ ଗତକାଲି ସଂଧ୍ୟାରେ ପ୍ରଥମେ ଦେବସ୍ମିତା ଙ୍କ ବାପା ଏବଂ ଭାଇ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଉ କିଏ କିଏ ଏଥିରେ ସଂମ୍ପୃକ୍ତ ଅଛନ୍ତି ଓ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଦେବସ୍ମିତା ନାଏକଙ୍କୁ କେବେ ଗିରଫ କରୁଛି ତାହା ଦେଖିବାକୁ ବାକି ରହିଲା l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.