୩ ଦିବ୍ୟାଙ୍ଗଙ୍କୁ ସହାୟତାର ହାତ ବଢ଼ାଇଲା କିସ୍ ଫାଉଣ୍ଡେସନ୍

ଅନୁଗୋଳ ଜିଲ୍ଲା ବଳରାମପୁର ଗାଁ ନିକଟସ୍ଥ ସିତୁରା ସାହିର ୩ ଦିବ୍ୟାଙ୍ଗଙ୍କୁ ସହାୟତାର ହାତ ବଢ଼ାଇଛି କିସ୍ ଫାଉଣ୍ଡେସନ୍ । ଗଣମାଧ୍ୟମରୁ ତିନି ପିଲାଙ୍କ ଦୁଃଖଦ ଘଟଣା ଜାଣିବା ପରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଗଭୀର ଦୁଃଖ ପ୍ରକାଶ କରିବା ସହ ସେମାନଙ୍କୁ ସହାୟତା ଯୋଗାଇ ଦେଇଛନ୍ତି ।

ଡକ୍ଟର ସାମନ୍ତ ନିଜ ପ୍ରତିନିଧିଙ୍କୁ ବଳରାମପୁର ପଠାଇ ପିଲାମାନଙ୍କ ସମ୍ପର୍କରେ ସବିଶେଷ ଜାଣିଥିଲେ । ପିତା ସନା ଓ ମା ଝୁମୁରୀ ଅତ୍ୟନ୍ତ ଗରିବ ହୋଇଥିବା ବେଳେ ତିନି ପିଲାଙ୍କୁ ନେଇ ପରିବାର ଚଳାଇବା ତାଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହୋଇପଡ଼ୁଥିବା ଡକ୍ଟର ସାମନ୍ତ ଜାଣିବାକୁ ପାଇଥିଲେ ।

ଡକ୍ଟର ସାମନ୍ତ ତୁରନ୍ତ ସେମାନଙ୍କୁ ୫ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଡକ୍ଟର ସାମନ୍ତଙ୍କ ପରାମର୍ଶ କ୍ରମେ କିସ୍ ଫାଉଣ୍ଡେସନ୍ ଏହି ତିନି ପିଲାଙ୍କ ଚଳିବା ଓ ପାଠ ପଢ଼ିବା ପାଇଁ ଆସନ୍ତା ୫ବର୍ଷ ପର୍ଯ୍ୟନ୍ତ ମାସିକ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦେବ । ଅଭାବ ପରିସ୍ଥିତିରେ ସମୁଚିତ ସାହାଯ୍ୟ ପାଇ ସନାଙ୍କ ପରିବାର କିସ୍ ଫାଉଣ୍ଡେସନ୍ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି । ସ୍ଥାନୀୟ ଅଞ୍ଚଳରେ କିସ୍ ଫାଉଣ୍ଡେସନ୍ ଓ ଡକ୍ଟର ସାମନ୍ତଙ୍କ ଏହି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରାଯାଇଛି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.