ତିନ୍ ପାହାଡ଼ି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡକୁ ଧରିବାକୁ ରାଜ୍ୟ ବାହାରେ ରେଡ କରିବ କମିଶନରେଟ ପୋଲିସ

କୁଆଡ଼େ ଗଲା ତିନ୍ ପାହାଡ଼ି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ? ତାକୁ ଧରିବାକୁ କମିଶନରେଟ ପୋଲିସ ଟିମ ରାଜ୍ୟ ବାହାରେ ରେଡ କରିବ । ଗତକାଲି ଗ୍ୟାଙ୍ଗର ୮ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରାଯାଇଥିଲା । ହେଲେ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଓ ଏଥିରେ ସାମିଲ ଥିବା ସାଇବର ଏକ୍ସପର୍ଟ ବାହାରେ ଲୁଚିଛନ୍ତି ।

ସେମାନଙ୍କୁ ଧରିବାକୁ ବ୍ଲ-ପ୍ରିଣ୍ଟ ପ୍ରସ୍ତୁତ କରିଛି କମିଶନରେଟ ପୋଲିସ । ଗୁଇନ୍ଦା ତଥ୍ୟ ପାଇବା ମାତ୍ରେ ପୋଲିସ ରାଜ୍ୟ ବାହାରକୁ ଯାଇ ଗ୍ୟାଙ୍ଗ ସଦସ୍ୟଙ୍କୁ ଉଠାଇବ । ସେପଟେ ଅଧିକ ପଚରାଉଚରା ପାଇଁ ଗିରଫ ହୋଇଥିବା ୮ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂ।

ଝାଡ଼ଖଣ୍ଡର ତିନ ପାହାଡ ଓ ପଶ୍ଚିମବଙ୍ଗର ଆସାନସୋଲରେ ଲୁଟେରାଙ୍କ ଘର । ତିନ ପାହାଡ଼ି ଗ୍ୟାଙ୍ଗ ଭାଗ ଭାଗ ହୋଇ ବିଭିନ୍ନ ସ୍ଥାନରେ ଘୂରି ବୁଲୁଥିଲେ । ମୁଖ୍ୟତଃ ବସଷ୍ଟାଣ୍ଡ, ଜନଗହଳି ସ୍ଥାନ ଓ ପୂଜାପର୍ବାଣୀ ସମୟରେ ଭିଡ଼ ଭିତରେ ଲୋକଙ୍କଠାରୁ ମୋବାଇଲ ଫୋନ ଝାମ୍ପି ନେଉଥିଲେ । ଆଉ ଏହି ମୋବାଇଲ ଫୋନ ସିମ ବ୍ୟବହାର କରି ଲିଙ୍କ ଥିବା ୟୁପିଆଇ ଓ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଲୁଟି ନେଉଥିଲେ । ଏହିପରି ଉପାୟରେ ଲକ୍ଷ ଲକ୍ଷ ଟଙ୍କା ଲୁଟିଛନ୍ତି ପାହାଡ଼ି ଗ୍ୟାଙ୍ଗ। ଏମାନଙ୍କ ନାଁରେ ରାଜ୍ୟ ଓ ରାଜ୍ୟ ବାହାରେ ବହୁ ମାମଲା ରହିଛି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.