ବ୍ୟାଙ୍କ ଆଗରୁ ମହିଳାଙ୍କ ଠାରୁ ୪ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ସ୍ପଷ୍ଟ ଦିବାଲୋକରେ ଲୁଟ। ବ୍ୟାଙ୍କ ଆଗରୁ ମହିଳାଙ୍କ ଠାରୁ ୪ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ବାଲିଚନ୍ଦ୍ରପୁର ଷ୍ଟେଟ ବ୍ୟାଙ୍କ ସମ୍ମୁଖରୁ ଲୁଟ ହୋଇଛି। ଚାରିନଙ୍ଗଳ ଜୟ ବଜରଙ୍ଗବାଲି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଗ୍ରୁପ ଲୋନ ବାବଦକୁ ବ୍ୟାଙ୍କ ଶାଖାରୁ ୪ ଲକ୍ଷ ୬୯ ହଜାର ଟଙ୍କା ଉଠାଇ ଦୁଇ ଜଣ ମହିଳା ଯାଉଥିଲେ।

ଏହି ସମୟରେ ଏକ ପଲସର ବାଇକରେ ୨ଜଣ ଦୁର୍ବୃତ୍ତ ଆସି ଟଙ୍କା ଭର୍ତ୍ତି ବ୍ୟାଗକୁ ନେଇ ଫେରାର ହୋଇ ଯାଇଥିଲେ। ଲୁଟ ନେଇ ଏସଏଚଜି ସଦସ୍ୟାମାନେ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣା ସ୍ଥଳରେ ବାଲିଚନ୍ଦ୍ରପୁର ପୋଲିସ ପହଞ୍ଚି ସିସିଟିଭି ଆଧାରରେ ଘଟଣାର ଅଧିକ ତଦନ୍ତ ଚଳାଇଛି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.