କିଟରେ ୪୦ତମ ସର୍ବଭାରତୀୟ ରୋଜ କନଭେନସନ୍ ଓ ଗୋଲାପ ପ୍ରଦର୍ଶନୀ

ଆସନ୍ତାକାଲିଠୁ କିଟରେ ଆୟୋଜିତ ହେଉଛି ୪୦ତମ ସର୍ବଭାରତୀୟ ରୋଜ କନଭେନସନ୍ ଓ ଗୋଲାପ ପ୍ରଦର୍ଶନୀ। ପ୍ରଥମ ଥର ପାଇଁ ଏକ ଶିକ୍ଷାନୁଷ୍ଠାନରେ ଏଭଳି ସର୍ବଭାରତୀୟ ସ୍ତରର ଗୋଲାପ ସମ୍ମିଳନୀ ଓ ପ୍ରଦର୍ଶନୀ ଆୟୋଜିତ ହେଉଛି।

ଆସନ୍ତାକାଲିଠୁ କିଟରେ ଆୟୋଜିତ ହେଉଛି ୪୦ତମ ସର୍ବଭାରତୀୟ ରୋଜ କନଭେନସନ୍ ଓ ଗୋଲାପ ପ୍ରଦର୍ଶନୀ। ପ୍ରଥମ ଥର ପାଇଁ ଏକ ଶିକ୍ଷାନୁଷ୍ଠାନରେ ଏଭଳି ସର୍ବଭାରତୀୟ ସ୍ତରର ଗୋଲାପ ସମ୍ମିଳନୀ ଓ ପ୍ରଦର୍ଶନୀ ଆୟୋଜିତ ହେଉଛି। ଦୀର୍ଘ ୧୮ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ଓଡ଼ିଶାକୁ ଆସିଛି ରୋଜ୍ କନଭେନସନ୍ ଓ ଗୋଲାପ ପ୍ରଦର୍ଶନୀ।

ଜାନୁଆରୀ ୫ ତାରିଖରେ ସର୍ବଭାରତୀୟ ରୋଜ୍ କନଭେନସନ୍ ଉଦଘାଟିତ ହେବ । ପରେ ଗୋଲାପ ପ୍ରଦର୍ଶନୀ ଆୟୋଜିତ ହେବ। କିଟ୍ ଗୋଲାପ ସୋସାଇଟି, ଓଡ଼ିଶା ଗୋଲାପ ସୋସାଇଟି, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଓଡ଼ିଶା ଉଦ୍ୟାନ କୃଷି ସୋସାଇଟି ଏବଂ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମିଳିତ ସହଯୋଗରେ କିଟ୍ ବିଶ୍ୱବିଦ୍ୟାଳୟରେ ପ୍ରଥମ ଥର ପାଇଁ ଏଭଳି ସମ୍ମିଳନୀ ଓ ମେଗା ସର୍ବଭାରତୀୟ ପୁଷ୍ପ ପ୍ରଦର୍ଶନୀ ଆୟୋଜିତ ହେଉଛି।

ଆସନ୍ତା ୫ ତାରିଖ ଅପରାହ୍ନ ୪ଟାରୁ ୮ଟା ଓ ୬ ଓ ୭ ତାରିଖ ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ‘ଗୋଲାପ ପ୍ରଦର୍ଶନୀ’ ଖୋଲା ରହିବ। ‘ଗୋଲାପ ପ୍ରଦର୍ଶନୀ’ରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଗୋଲାପ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ବିଭିନ୍ନ ପ୍ରଜାତିର ଗୋଲାପ ପ୍ରଦର୍ଶିତ ହେବ। ଗୋଲାପ ସମ୍ମିଳନୀରେ ଦେଶର କୃଷି ବୈଜ୍ଞାନିକ, ନର୍ସରୀମ୍ୟାନ, କୃଷକ ଏବଂ ଉଦ୍ୟୋଗୀଙ୍କ ଭଳି ପ୍ରାୟ ୪ଶହ ପ୍ରତିନିଧି ଅଂଶଗ୍ରହଣ କରିବେ।

ଏହି ଅବସରରେ ଉନ୍ନତ ଗୋଲାପ ଫୁଲ ଚାଷର କଳା, ବିଜ୍ଞାନ ଓ ଉଦ୍ୟୋଗୀ ପ୍ରଶିକ୍ଷଣ ଉପରେ ବିଶେଷଜ୍ଞମାନେ ନିଜ ମତାମତ ରଖିବେ। ଏହାସହ ୪ଟି ନୂଆ ଗୋଲାପ ପ୍ରଜାତିର ନାମକରଣ କରାଯାଇ ସେଗୁଡ଼ିକୁ ଲୋକାର୍ପଣ କରାଯିବ। କାର୍ଯ୍ୟକ୍ରମରେ ବିଭିନ୍ନ ଲେଖକଙ୍କ ଦ୍ୱାରା ଗୋଲାପ ଉପରେ ଲେଖାକୁ ନେଇ ଏକ ସ୍ମରଣିକା ଉନ୍ମୋଚିତ ହେବା ସହ ଓଡ଼ିଶା ଉଦ୍ୟାନ କୃଷି ସୋସାଇଟିର ସାଇଣ୍ଟିଫିକ୍ ଜର୍ଣ୍ଣାଲ ଉନ୍ମୋଚନ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.