କଟକ ଏସସିବିକୁ ସ୍ଥାନାନ୍ତର ହେଲେ ପଦ୍ମଶ୍ରୀ କମଳା ପୁଜାରୀ

ଅସୁସ୍ଥତା ହେତୁ କଟକ ଏସସିବି କୁ ସ୍ଥାନାନ୍ତର ହେଲେ ପଦ୍ମଶ୍ରୀ କମଳା ପୁଜାରୀ । ବାର୍ଦ୍ଧକ୍ୟ ଜନିତ ଓ ପରିସ୍ରା ସ°କ୍ରମଣ ଜନିତ ରୋଗରେ ପିଡୀତ ହୋଇ ଡିଏଚଏଚ ରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଶରୀର ସୁସ୍ଥ ନହେବାରୁ ତାଙ୍କୁ କଟକ ଏସସିବି ସ୍ତାନାନ୍ତର କରାଯାଇଛି ।

ଜୟପୁର : ଅସୁସ୍ଥତା ହେତୁ କଟକ ଏସସିବି କୁ ସ୍ଥାନାନ୍ତର ହେଲେ ପଦ୍ମଶ୍ରୀ କମଳା ପୁଜାରୀ । ବାର୍ଦ୍ଧକ୍ୟ ଜନିତ ଓ ପରିସ୍ରା ସ°କ୍ରମଣ ଜନିତ ରୋଗରେ ପିଡୀତ ହୋଇ ଡିଏଚଏଚ ରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଶରୀର ସୁସ୍ଥ ନହେବାରୁ ତାଙ୍କୁ କଟକ ଏସସିବି ସ୍ତାନାନ୍ତର କରାଯାଇଛି । ଜୟପୁର ଜିଲ୍ଲା ଚିକିତ୍ସାଳୟରେ ୬ ଜଣିଆ ଡାକ୍ତରୀ ଦଳ ତାଙ୍କ ଚିକିତ୍ସା କରୁଥିବା ବେଳେ ତାଙ୍କର ପୂର୍ବରୁ ଥିବା କ୍ରୋନିକ କିଡନି ସମସ୍ୟା ପୁଣି ଦେଖାଦେଇଥିଲା। କୋରାପୁଟ ଜିଲ୍ଲାପାଳ ଓ ସିଡିଏମଙ୍କ ନିର୍ଦ୍ଦେଶ କ୍ରମେ ଜୟପୁର ଉପଜିଲ୍ଲାପାଳ ଏଡିଏମଓ ବିଡ଼ିଓ ପହଞ୍ଚି ପଦ୍ମଶ୍ରୀ କମଳା ମା ଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ କଟକ ଏସସିବିକୁ ସ୍ଥାନାନ୍ତର ହୋଇଛନ୍ତି ପଦ୍ମଶ୍ରୀ କମଳା ପୁଜାରୀ । ଡାକ୍ତରି ଟିମ ସହ ଆମ୍ବୁଲାନ୍ସରେ ଫାର୍ମାସିଷ୍ଟ ଓ ଆଟେଣ୍ଟାଣ୍ଡ ଉପସ୍ଥିତ ରହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.