ବଜ୍ରପାତରେ ଚାଲିଗଲା ବାପ ପୁଅଙ୍କ ଜୀବନ, ଦୁଃଖ ବୁଝିବା ପାଇଁ ଶାଶୁ ବୋହୂଙ୍କ ପାଖରେ ପହଞ୍ଚିଲେ କେନ୍ୟୁଜ ସାମ୍ବାଦିକା

ମୁରବି ଶୂନ୍ୟ ହୋଇପଡିଥିବା ଦୁଇ ଅସହାୟ ମହିଳାଙ୍କ ଦୁଃଖ ବୁଝିଲେ କେନ୍ୟୁଜ ସାମ୍ବାଦିକା ପ୍ରାଚୀ ମହାପାତ୍ର। ବଜ୍ରାଘାତରେ ଗୋଟିଏ ଘରୁ ବାପା ପୁଅଙ୍କ ମ୍ତ୍ୟୁ ହୋଇଯାଇଥିଲା। ସେହି ଘରର ଦୁଇ ଅସହାୟ ମହିଳାଙ୍କ ପାଖରେ ପହଞ୍ଚି ସେମାନଙ୍କ ଦୁଃଖ ବୁଝିବା ସହ କିଛି ମାସ ପାଇଁ ରାସନ ଦେଇଥିଲେ।

ଖୋର୍ଦ୍ଧା (କେନ୍ୟୁଜ): ମୁରବି ଶୂନ୍ୟ ହୋଇପଡିଥିବା ଦୁଇ ଅସହାୟ ମହିଳାଙ୍କ ଦୁଃଖ ବୁଝିଲେ କେନ୍ୟୁଜ ସାମ୍ବାଦିକା ପ୍ରାଚୀ ମହାପାତ୍ର। ବଜ୍ରାଘାତରେ ଗୋଟିଏ ଘରୁ ବାପା ପୁଅଙ୍କ ମ୍ତ୍ୟୁ ହୋଇଯାଇଥିଲା। ସେହି ଘରର ଦୁଇ ଅସହାୟ ମହିଳାଙ୍କ ପାଖରେ ପହଞ୍ଚି ସେମାନଙ୍କ ଦୁଃଖ ବୁଝିବା ସହ କିଛି ମାସ ପାଇଁ ରାସନ ଦେଇଥିଲେ।

ସୂଚନା ଅନୁସାରେ ବାଲୁଗାଁ ଚିଲିକା କୂଳର ସନ୍ୟାସୀ ନଗରର ବାପା ବିଧାନ ବିଶ୍ୱାସ ଓ ପୁଅ ଉତ୍ତମ ବିଶ୍ୱାସ ସବୁଦିନ ପରି ଗତ ଜୁଲାଇ ୩୦ ତାରିଖ ଦିନ ଡଙ୍ଗାରେ ଚିଲିକାକୁ ମାଛ ମାରିବାକୁ ଯାଇଥିଲେ । ମଧ୍ୟରାତିରେ ଘଡଘଡି ସହ ବିଜୁଳି ମାରିଥିଲା। ଯାହା ଫଳରେ ବିଧାନ ଓ ତାଙ୍କ ପୁଅ ଉତ୍ତମଙ୍କୁ ସେହି ସମୟରେ ବଜ୍ରାଘାତ ହୋଇଥିଲା। ସେହି ଡଙ୍ଗା ଉପରେ ଉଭୟ ଟଳିପଡିଥିଲେ। ଯେହେତୁ ଉତ୍ତମଙ୍କ ସ୍ତ୍ରୀ ଗର୍ଭବତୀଥିଲେ ତେଣୁ ସେହିଦିନ ଅର୍ଥାତ ଜୁଲାଇ ୩୧ ତାରିଖ ସକାଳୁ ତାଙ୍କର ଗର୍ଭଯନ୍ତ୍ରଣା ହୋଇଥିଲା।

ଏନେଇ ସେ ଉତ୍ତମଙ୍କୁ ବାରମ୍ବାର ଫୋନ ଲାଗାଇଥିଲେ ମଧ୍ୟ ତାଙ୍କ ଫୋନ ଲାଗିନଥିଲା। ପରେ ତାଙ୍କ ସ୍ତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ନେଇ ଯାଇଥିଲେ। ମେଡିକାଲରେ ଉତ୍ତମଙ୍କର ଝିଅଟିଏ ହୋଇଥିଲା। ଏହି ଖୁସି ଖବର ଦେବାପାଇଁ ମଧ୍ୟ ଉତ୍ତମଙ୍କୁ ଫୋନ କରାଯାଇଥିଲା କିନ୍ତୁ ଫୋନ ରିଙ୍ଗ ହୋଇଥିଲେ ବି ଉତ୍ତମ ଉଠାଇନଥିଲେ। ୩୧ ତାରିଖ ଦିନ ସକାଳୁ କିଛି ଧୀବର ଖାଲି ଡଙ୍ଗାଟା ଭାସୁଥିବାର ଦେଖି ତା ନିକଟକୁ ଯାଇଥିଲେ ଓ ଦେଖିବାକୁ ପାଇଥିଲେ ଡଙ୍ଗା ଭିତରେ ଦୁଇଟି ମରଶରୀର ପଡିଛି। ସଙ୍ଗେ ସଙ୍ଗେ ସେମାନେ ଖବର ଦେଇଥିଲେ ବାଲୁଗାଁରେ ଥିବା ଧୀବରମାନଙ୍କୁ । ସେମାନେ ଆଖ ପାଖ ଅଞ୍ଚଳରେ ପତ୍ତା ଲଗାଇବା ପାରେ ଜାଣିବାକୁ ପାଇଥିଲେ ମୃତକ ହେଉଛନ୍ତି ସନ୍ୟାସ ନଗରର ବାପା ପୁଅ।

ଦୁଇ ଦୁଇ ଜଣ ରୋଜଗାରିଆ ଲୋକକୁ ହରାଇ ପରିବାର ଲୋକ ଏମିତି ଭାଙ୍ଗି ପଡିଛନ୍ତି ଯେ ସେମାନଙ୍କୁ ପାଖକୁ ବି ଯିଏ ବି ଯାଉଛି ସେ ମନ କଷ୍ଟରେ ଫେରି ଆସୁଛି ।ଉତ୍ତମଙ୍କ ପୂର୍ବରୁ ଦୁଇଟି ଝିଅ ହୋଇଥିଲେ । ଏବେ ଏହି ନବଜାତକକୁ ମିଶାଇ ୩ଟି ଝିଅ ହେଲେ। ଏବେ ପରିବାରର ଗୋଟିଏ ଚିନ୍ତା ଅଛି କୁନି ଶିଶୁଟିକୁ କେଉଁଠୁ କେମିତି ଆଣି ଖାଇବାକୁ ଦେବୁ ଓ ବଢାଇବୁ? ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସମାଜସେବୀ ତଥା ସାମ୍ବାଦିକା ପ୍ରାଚୀ ମହାପାତ୍ର ପହଞ୍ଚିଯାଇଥିଲେ ସେହି ଅସହାୟ ପରିବାର ନିକଟରେ । ଆଉ ନିଜ ସକ୍ଷମ ଅନୁସାରେ ସାହାଯ୍ୟ କରି କୁନି ଝିଅଟିର ଲାଳନପାଳନ ପାଇଁ ଯାହା ଆବଶ୍ୟକ ସାହାଯ୍ୟ କରିବି ବୋଲି ପ୍ରତିଶୃତି ଦେଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.