ବାୟୁସେନାରେ ସାମିଲ ହେଲା ଭୟଙ୍କର ‘ହେରୋନ୍‌ ମାର୍କ-୨ ଡ୍ରୋନ୍‌’, ପାକିସ୍ତାନ ଓ ଚୀନ ଉପରେ ରଖିବ ନଜର

ଭାରତୀୟ ବାୟୁସେନାରେ ସାମିଲ ହୋଇଛି ‘ହେରୋନ୍‌ ମାର୍କ ୨ ଡ୍ରୋନ୍‌(Heron Mark-2 Drone)’। ଏହା ନିୟୋଜିତ ହେବା ଦ୍ୱାରା ଶତ୍ରୁ ସହ ମୁକାବିଲା କରିବାର ଭାରତର କ୍ଷମତା ବହୁଗୁଣିତ ହୋଇଛି।

ଭାରତୀୟ ବାୟୁସେନାରେ ସାମିଲ ହୋଇଛି ‘ହେରୋନ୍‌ ମାର୍କ ୨ ଡ୍ରୋନ୍‌(Heron Mark-2 Drone)’। ଏହା ନିୟୋଜିତ ହେବା ଦ୍ୱାରା ଶତ୍ରୁ ସହ ମୁକାବିଲା କରିବାର ଭାରତର କ୍ଷମତା ବହୁଗୁଣିତ ହୋଇଛି। ଏହି ଉଡ଼ାଣ ମାଧ୍ୟମରେ ପାକିସ୍ତାନ ଓ ଚୀନ ଭଳି ପଡ଼ୋଶୀ ଦେଶ ସହିତ ସଂଲଗ୍ନ ସୀମା ଉପରେ ଭାରତ ନଜର ରଖିପାରିବ।

ରିପୋର୍ଟ ଅନୁସାରେ, ବାୟୁସେନାରେ ୪ଟି ହେରୋନ୍‌ ମାର୍କ ୨ ଡ୍ରୋନ୍‌ ସାମିଲ କରାଯାଇଛି, ଯାହା ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ସହିତ ସଜ୍ଜିତ ରହିଛି।

ଏହି ଡ୍ରୋନ୍‌ ସାଟେଲାଇଟ୍‌ (ଉପଗ୍ରହ) ଦ୍ୱାରା ନିୟନ୍ତ୍ରିତ ହେବ, ଯାହା ୨୫୦ କିଲୋଗ୍ରାମ ଓଜନର ଅସ୍ତ୍ରଶସ୍ତ୍ର ଧରି ଉଡ଼ିପାରିବ। ଏହା ବହୁତ ଲମ୍ବା ଦୂରତାରେ ପ୍ରାୟ ୩୬ ଘଣ୍ଟା ପର୍ଯ୍ୟନ୍ତ କାମ କରିପାରିବ। ଡ୍ରୋନ୍ ସ୍କ୍ଵାଡ୍ରନ୍‌ର କମାଣ୍ଡିଂ ଅଫିସର ୱିଙ୍ଗ୍ କମାଣ୍ଡର ପଙ୍କଜ ରାଣା କହିଛନ୍ତି ଯେ ହେରୋନ୍‌ ମାର୍କ ୨ ଡ୍ରୋନ୍‌ ଦ୍ୱାରା ଦେଶର ଗୋଟିଏ ସ୍ଥାନରୁ ନଜର ରଖାଯାଇପାରିବ। ନିଜର ଲକ୍ଷ୍ୟ ଓ ମିଶନକୁ ପୂରା କରିବା ପାଇଁ ଡ୍ରୋନ୍‌ କୌଣସି ବି ପାଣିପାଗ ଏବଂ ଅଞ୍ଚଳରେ କାମ କରିପାରିବ।

ଏଥିରେ ଥର୍ମୋଗ୍ରାଫିକ୍ କ୍ୟାମେରା, ଏୟାରବର୍ଣ୍ଣ ସର୍ଭିଲାନ୍ସ ଭିଜିବଲ୍‌ ଲାଇଟ୍‌ ଓ ରାଡାର ସିଷ୍ଟମ୍ ଲାଗିଛି। ଏହା ମାଧ୍ୟମରେ ଡ୍ରୋନ୍‌ ନିଜ ବେସ୍‌ରୁ ଉଡ଼ି ମିଶନ ସମାପ୍ତ କରି ନିଜେ ହିଁ ଫେରିଆସିବ। ଡ୍ରୋନରେ ଏୟାର-ଟୁ-ଗ୍ରାଉଣ୍ଡ, ଏୟାର-ଟୁ-ଏୟାର ଏବଂ ଏୟାର-ଟୁ-ଏୟାର ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍‌ କ୍ଷେପଣାସ୍ତ୍ର ଲଗାଯିବ। ଏହି ଡ୍ରୋନ୍ ୩୬ ଘଣ୍ଟା ପର୍ଯ୍ୟନ୍ତ କ୍ରମାଗତ ଭାବେ ଉଡ଼ାଣ ଭରିପାରିବ।

ହେରୋନ୍‌ ମାର୍କ ୨ ଡ୍ରୋନ୍‌ରେ ଆଣ୍ଟି-ଜାମିଙ୍ଗ୍ ଟେକ୍ନୋଲୋଜି ଲାଗିଛି। ଏହା ବ୍ୟତୀତ ଅନେକ ପ୍ରକାରର ସେନ୍ସର ଏବଂ କ୍ୟାମେରା ମଧ୍ୟ ଲଗାଯାଇଛି, ଯାହା ଅନ୍ଧାରରେ ବି ଦେଖିବାରେ ସାହାଯ୍ୟ କରିପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.