Below header

ଇଏ ବାପା ନାଁରେ ଅଭିଶାପ, ନିଜ ଜନ୍ମକଲା ଝିଅ ଉପରେ କିରାସିନି ଢାଳି ନିଆଁ ଲଗାଇ ମାରିବାକୁ ଚେଷ୍ଟା, ଏବେ ବୁର୍ଲା ହସ୍ପିଟାଲରେ ଜୀବନମରଣ ସହ ସଂଗ୍ରାମ କରୁଛି ନାବାଳିକା

ସଇତାନ ବାପାର ନୃସଂଶ କାମ । ଆପଣ ବିଶ୍ୱାସ କରିପାରିବେନି ଯେ ଆଜିର ସମାଜରେ ଏଭଳି ବାପା ବି ଅଛନ୍ତି ଯେଉଁମାନେ ସତରେ ନର ରାକ୍ଷସ ସହିତ ସମାନ ବୋଲି କହିଲେ କିଛି ଭୁଲ ହେବ ନାହିଁ । ନଚେତ ନିଜ ଜନ୍ମକଲା ଝିଅ ପାଇଁ କିଏ କଣ ଏତେ ନିର୍ଦ୍ଦୟ ହୋଇପାରେ..? ବେଳେ ବେଳେ ଏମିତି କିଛି ଖବର ଆମ ଆଖି ସାମ୍ନାକୁ ଆସେ ଯାହାକୁ ଦେଖିଲେ ଲୋମ ଟାଙ୍କୁରି ଉଠେ ଆଉ ମନକୁ ଆସେ ଦଣ୍ଡ ଦେବାର କ୍ଷମତା ଆମ ହାତରେ ଥାଆନ୍ତା କି ତାହେଲେ ଏଭଳି ମଣିଷକୁ ଠିଆ ଠିଆ ମାରି ଦେବାକୁ । ଯାହାଫଳରେ ନିଜ କଲା କର୍ମ ପାଇଁ ଉଚିତ ଶାସ୍ତି ପାଆନ୍ତେ ଏଭଳି ଲୋକ । ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ ଏପରି କଣ କରି ପକାଇଛି ଏହି ବାପ ଜଣକ ଯେଉଁଥି ପାଇଁ ଆମେ ତାଙ୍କ ଲାଗି ଏମିତି ଶବ୍ଦ ପ୍ରୟୋଗ କରୁଛୁ ? ….ନିଜର ନାବାଳିକା ଝିଅ ଦେହରେ କିରସିନି ଢାଳି ନିଆଁ ଲଗାଇ ତାକୁ ମାରିବା ପାଇଁ ଚେଷ୍ଟା କରିଛି ଏହି ଏହି ବ୍ୟକ୍ତି ଜଣକ । ଏଭଳି ଅଭିଯୋଗ ହୋଇଛି । ବଲାଙ୍ଗିର ଜିଲ୍ଲା ଡେବ୍ରିପାଲି ଗାଁରେ ଘଟିଛି ଏହି ଘଟଣା । ଗୁରୁତର ଅବସ୍ଥାରେ ଝିଅଟିକୁ ବର୍ତ୍ତମାନ ବୁର୍ଲା ଡାକ୍ତର ଖାନାରେ ଚିକିତ୍ସା କରାଯାଉଛି ।

ବାପାର ଅତ୍ୟାଚାରରେ ଝିଅଟିର ଯେଭଳି ଅବସ୍ଥା ହୋଇଛି ତାହାର ଦୃଶ୍ୟ ଆପଣଙ୍କୁ ସ୍ପଷ୍ଟ ଦେଖାଇବା ସମ୍ଭବ ନୁହେଁ ..ଦେହର ପ୍ରାୟ 80 ପ୍ରତିଶତ ପୋଡ଼ି ଯାଇଥିବାରୁ ମରଣ ସହ ସଂଗ୍ରାମ କରୁଛି ଏହି ୧୬ ବର୍ଷର ଝିଅ । ଝିଅର ନାଁ ସୁର୍ଯ୍ଯକାନ୍ତି ନାଗ । ଆଉ ତା ଦେହରେ ଦେହରେ ନିଆଁ ଲଗାଇଛି ନିଜ ଜନ୍ମକଲା ବାପା ଅରକ୍ଷିତ ନାଗ । ଗାଁ ଲୋକ ସୁର୍ଯ୍ଯକାନ୍ତିକୁ ଉଦ୍ଧାର କରି ପ୍ରଥମେ ପାଟଣାଗଡ ପରେ ବଲାଙ୍ଗିର ହସପିଟାଲରେ ଭର୍ତ୍ତି କରିଥିଲେ । ଏବେ ବୁର୍ଲା ଡାକ୍ତର ଖାନାରେ ଅଛି ସୂର୍ଯ୍ୟକାନ୍ତି । ପାରିବାରିକ କଳହରୁ ଏପରି ଘଟିଛି ବୋଲି ଅଭିଯୋଗ ହୋଇଛି ।

ତେବେ ଏହା ମଧ୍ୟରେ ଆଉ ଏକ ଖବର ମଧ୍ୟ ସାମ୍ନାକୁ ଆସିଛି ତାହା ହେଉଛି, ୧୭ ବର୍ଷ ପୂର୍ବରୁ ସୂର୍ଯ୍ଯକାନ୍ତିଙ୍କ ମାଁ କମଳା ଓ ଅରକ୍ଷିତ ହେଉଛନ୍ତି ଗୋଟିଏ ଗାଁର । ସେମାନଙ୍କ ଭିତରେ ପ୍ରେମ ବିବାହ ହୋଇଥିଲା । ଦୁହେଁ ଭିନ୍ନ ଭିନ୍ନ ଜାତିର ଥିଲେ । ତେବେ ପାରିବାରିକ କଳହ ଯୋଗୁଁ ସେମାନେ ଅଲଗା ହୋଇ ରହିଲେ । ପରେ ଅରକ୍ଷିତ ଅନ୍ଯତ୍ର ବିବାହ କରିଥିଲେ । ସୂଚନା ଅନୁସାରେ ପ୍ରଥମ ସ୍ତ୍ରୀ କମଳା ଜମି ଭାଗ ମାଗିବାରୁ ଗାଁରେ ସଭା ବସି ଏହାର ଫଇସଲା କରାଯାଇଥିଲା । ଝିଅ ବଡ଼ ହୋଇ ଯାଇଥିବାରୁ ତାକୁ ଆଣି ପାଖଷର ରଖିବାକୁ ଅରକ୍ଷିତଙ୍କୁ କୁହାଗଲା । ତେଣୁ ଛଅ ମାସ ତଳେ ସୂର୍ଯ୍ୟକାନ୍ତି ଆସି ବାପା ପାଖରେ ରହୁଥିଲା । ଏହି ସମୟରେ ଝିଅକୁ ଅରକ୍ଷିତନିର୍ଯ୍ଯାତନା ଦେଉଥିଲେ ବୋଲି ମଧ୍ୟ କୁହାଯାଉଛି। ଅପରପକ୍ଷେ କିପରି ଏସବୁ ଘଟିଛି ସେ ବିଷୟରେ କିଛି ଜାଣି ନାହାନ୍ତି ବୋଲି କହିଛନ୍ତି ଅଭିଯୁକ୍ତଙ୍କ ସମ୍ପର୍କୀୟ। ପୋଲିସ୍‌ ଅଭିଯୁକ୍ତ ଅରକ୍ଷିତକୁ ଧରି ଜେରା କରୁଛି । ତେବେ ନାବାଳିକା ସୂର୍ଯ୍ୟକାନ୍ତିର ଏଭଳି ଅବସ୍ଥା ପଛର କାରଣ ଏଯାଏ ସ୍ପଷ୍ଟ ହୋଇନି । ତଥାପି କୁହାଯାଉଛି ସମ୍ପତ୍ତି ଲୋଭର ଇଏ ହେଉଛି ପରିଣାମ । ତେବେ ଅସଲ କଥା ତଦନ୍ତ କରି ବାହାର କରିବା ପାଇଁ ଚେଷ୍ଟା ଚଳାଇଛି ପୋଲିସ୍‌ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.