ପୁଣି ଗାଁରେ ଦେଖାଦେଇଛି ବାଘର ପାଦ ଚିହ୍ନ, ଲୋକେ ଆତଙ୍କିତ

ପୁଣି ଗାଁରେ ଦେଖାଦେଇଛି ବାଘର ପାଦ ଚିହ୍ନ । ବାଘର ପାଦ ଚିହ୍ନ ଦେଖି ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଗତ ଏକ ତାରିଖରେ ସୁନ୍ଦରଗଡ଼ ବଡ଼ ଗାଁ ଫରେଷ୍ଟ ରେଞ୍ଜ ଟିମନା ନିକଟରେ ଏକ କଲରା ପତରିଆ ବାଘ ଦେଖାଦେଇଥିଲା। ବାଘକୁ ଟ୍ରାଙ୍କୁଳାଇଜ କରିବାରେ ବନବିଭାଗ ଫେଲ୍‌ ମାରିଥିଲା।

ସୁନ୍ଦରଗଡ଼(କେନ୍ୟୁଜ୍‌) : ପୁଣି ଗାଁରେ ଦେଖାଦେଇଛି ବାଘର ପାଦ ଚିହ୍ନ । ବାଘର ପାଦ ଚିହ୍ନ ଦେଖି ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଗତ ଏକ ତାରିଖରେ ସୁନ୍ଦରଗଡ଼ ବଡ଼ ଗାଁ ଫରେଷ୍ଟ ରେଞ୍ଜ ଟିମନା ନିକଟରେ ଏକ କଲରା ପତରିଆ ବାଘ ଦେଖାଦେଇଥିଲା। ବାଘକୁ ଟ୍ରାଙ୍କୁଳାଇଜ କରିବାରେ ବନବିଭାଗ ଫେଲ୍‌ ମାରିଥିଲା।

ଲୁଚିଥିବା ସ୍ଥାନରୁ ଅନ୍ୟତ୍ର ପଳାଇଥିଲା ବାଘ । ବନ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା । ଜାଲ ବିଛାଯିବା ସହ ଛେଳି ଓ କୁକୁଡ଼ା ମଧ୍ୟ ରଖାଯାଥିଲା । ମାତ୍ର ଶେଷ ମୁହୂର୍ତ୍ତରେ ବାଘଟି ଜାଲ ଉପରୁ ଡେଇଁ ପଳାଇ ଯାଇଥିଲା। ଆଜି ସକାଳୁ ପୁଣି ବାଘର ପାଦ ଚିହ୍ନ ଗାଁ ଭିତରେ ଦେଖିବାକୁ ମିଳିଛି। ଘଟଣା ନେଇ ବନ ବିଭାଗର କୋଣସି ପ୍ରତିକ୍ରିୟା ମିଳିପାରିନାହିଁ। ଗାଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.