ଫୁଲବାଣୀରେ ପ୍ରେସକ୍ଲବର ତରଫରୁ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କୁ ସମ୍ବର୍ଦ୍ଧନା, ପ୍ରତି ୬ମାସରେ ଥରେ ସାମ୍ବାଦିକଙ୍କୁ କରିବେ ସାକ୍ଷାତ

ଫୁଲବାଣୀରେ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କୁ ସମ୍ବର୍ଦ୍ଧନା। କନ୍ଧମାଳ ଜିଲ୍ଲା ଫୁଲବାଣୀ ପ୍ରେସ କ୍ଲବ ଠାରେ ସାଂସଦ ଡ. ସାମନ୍ତ ଓ ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ସାଂସଦ ଡ. ଅଚ୍ୟୁତ ସାମନ୍ତ ସମସ୍ତ ପ୍ରେସକ୍ଲବର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇବା ସହ ସଂସଦ ହେଉ କି ସାଧାରଣ ସଭା ନିଜେ କିଭଳି କଷ୍ଟ କରି ଆଜି ଏହି ସ୍ତରରେ ପହଞ୍ଚି ପାରିଛନ୍ତି ତାହା ଉପସ୍ଥିତ ଗଣମାଧ୍ୟମକୁ କହିଛନ୍ତି। ଲୋକସଭା ନିର୍ବାଚନ ମଣ୍ଡଳୀର ସମସ୍ତ କୋଣ ଅନୁକୋଣ ବୁଲିବା ସହ ତୃଣମୂଳ ସ୍ତରର ସମସ୍ତ ସମସ୍ୟା ପ୍ରତି ଦୃଷ୍ଟି ଦେବେ ବୋଲି କହିଛନ୍ତି ଡ. ଅଚ୍ୟୁତ ସାମନ୍ତ। ଏହାସହ ପ୍ରତି ୬ମାସରେ ଥରେ ସାମ୍ବାଦିକମାନଙ୍କୁ ସାକ୍ଷାତ କରିବ ବୋଲି କହିଛନ୍ତି। ପ୍ରଥମଥର ପ୍ରେସ କ୍ଲବକୁ ଆସି ୪ଟି ଏସି ପ୍ରଦାନ କରିବେ ବୋଲି କହିଛନ୍ତି ଡ. ସାମନ୍ତ। ସାଂସଦ ଭାବେ କନ୍ଧମାଳର ସମସ୍ୟାକୁ ସଂସଦରେ ଉପସ୍ଥାପନ କରିଥିବାରୁ ତାଙ୍କ ଭଳି ବ୍ୟକ୍ତିତ୍ୱ ସମସ୍ତ କନ୍ଧମାଳ ପାଇଁ ଗର୍ବ ଓ ଗୌରବ ବୋଲି କହିଛନ୍ତି ପ୍ରେସକ୍ଲବ ସଭାପତି।