ବରଯାତ୍ରୀ ଗଲା ବାପାର ଶବ, ମୃତଦେହକୁ ସାକ୍ଷୀ ରଖି ହେଲା ବାହାଘର
ବିବାହ ସମୟରେ ଅଗ୍ନି ଦେବତାଙ୍କୁ ସାକ୍ଷୀ ରଖି ପତିପତ୍ନୀ ବିବାହ କରୁଥିବା ତ ଆପଣ ନିଶ୍ଚୟ ଦେଖିଥିବେ କିନ୍ତୁ କେବେ କୌଣସି ଯୋଡି ଏକ ଶବ ସାମ୍ନାରେ ବାହା ହେଉଥିବାର ଦୃଶ୍ୟ ଆପଣ ଦେଖିଛନ୍ତି କି ? ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ ଏହି ଘଟଣାଟି ସମ୍ପୂର୍ଣ୍ଣ ସତ। ନିକଟରେ ତାମିଲନାଡୁର ବିଲ୍ଲୁପୁରମ ଠାରେ ପୁଅର ବିବାହ ପୂର୍ବରୁ ବାପାଙ୍କର ମୃତ୍ୟୁ ହୋଇ ଯାଇଥିବାରୁ ପିତାଙ୍କ ଶେଷଇଚ୍ଛା ପୂରଣ କରିବାକୁ ଯାଇ ପୁଅ ବାପାଙ୍କ ଶବକୁ ସାମ୍ନାରେ ରଖି ସାତଫେରା ନେଇଛନ୍ତି ।
୩୧ ବର୍ଷୀୟ ଡି. ଆଲେକଜେଣ୍ଡରଙ୍କର ବିବାହ ଡିସେମ୍ବର ୨ ତାରିଖରେ ହେବାର ଥିଲା କିନ୍ତୁ ଶୁକ୍ରବାର ଅଚାନକ ଆଲେକଜେଣ୍ଡରଙ୍କ ପିତା ଦେବମଣିଙ୍କର ମୃତ୍ୟୁ ହୋଇଯାଇଥିଲା । ଦେବମଣି ନିଜ ପୁଅର ବିବାହକୁ ନେଇ ବହୁତ ଖୁସି ଥିଲେ ଏବଂ ସେ ପ୍ରସ୍ତୁତିରେ ଲାଗି ପଡ଼ିଥିଲେ । ତାଙ୍କର ଶେଷ ଇଛା ଥିଲା କି ସେ ନିଜ ପୁଅର ବିବାହ ବହୁତ ଧୁମଧାମରେ ପାଳନ କରିବେ କିନ୍ତୁ ଏହା ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଗଲା ।
ପିତାଙ୍କ ମୃତ୍ୟୁ ପରେ ଆଲେକଜେଣ୍ଡର ବାପାଙ୍କ ଅନ୍ତିମ ସଂସ୍କାର କରିବା ପୂର୍ବରୁ ବିବାହ କରିବାର ନିଷ୍ପତ୍ତି ନେଲେ, ଯାହାଦ୍ୱାରା ବାପାଙ୍କ ଶେଷଇଚ୍ଛା ପୂରଣ ହୋଇପାରିବ । ସେଥିପାଇଁ ଆଲେକଜେଣ୍ଡର ନିଜର ଭାବୀପତ୍ନୀ ଅନ୍ନପୂର୍ଣ୍ଣାନୀଙ୍କ ସହ କଥା ହୋଇଥିଲେ । ଅନ୍ନପୂର୍ଣ୍ଣାନୀ ମଧ୍ୟ ତାଙ୍କ ପ୍ରସ୍ତାବରେ ରାଜି ହୋଇଗଥିଲେ । ଶେଷରେ ଦୁଇ ପକ୍ଷରୁ ବିବାହର ପ୍ରସ୍ତୁତି କରାଯାଇଥିଲା ଏବଂ ଅନ୍ନପୂର୍ଣ୍ଣାନୀ ଓ ଆଲେକଜେଣ୍ଡର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।
ଏହାସହ ପଢନ୍ତୁ ଅଜବ ନିୟମ ଥିବା ଦେଶ ଯେଉଁଠି ବାପା ବିବାହ କରେ ଝିଅକୁ
ବିବାହ ମଧ୍ୟରେ ବରକନ୍ୟା ଏବଂ ପରିବାରର ଅନ୍ୟ ସଦସ୍ୟମାନେ ଶବ ସହିତ ଫଟୋ ମଧ୍ୟ ଉଠାଇଥିଲେ। ବରଯାତ୍ରୀରେ ନେଇଯିବା ପାଇଁ ଶବକୁ ଗାଧୋଇ ନୂଆ ଲୁଗା ମଧ୍ୟ ପିନ୍ଧାଇ ଦିଆଯାଇଥିଲା। ଶୁକ୍ରବାର ବିବାହ ଶେଷ ହେବା ପରେ ଶନିବାର ଶବର ଅନ୍ତିମ ସଂସ୍କାର କରାଯାଇଥିଲା ।