ଚୋରି କରୁଥିବାବେଳେ ଧରା ପଡ଼ିଲେ ମହିଳା ଲୁଟେରା, ପୋଲିସକୁ ହସ୍ତାନ୍ତର କଲେ ସ୍ଥାନୀୟ ଲୋକେ

ଚଳନ୍ତା ଟ୍ରେନରୁ ଜଣେ ମହିଳାଙ୍କ ନିକଟରୁ ଚୋରି କରୁଥିବା ବେଳେ ପଶ୍ଚିମବଙ୍ଗ ଅଞ୍ଚଳର ଦୁଇଜଣ ମହିଳାଙ୍କୁ କାବୁ କରି ସୋର ପୋଲିସକୁ ହସ୍ତାନ୍ତର କରିଛନ୍ତି ସ୍ଥାନୀୟ ଲୋକେ। ସୋର ଷ୍ଟେସନରେ ସ୍ଥାନୀୟ ଲୋକେ ମହିଳାଙ୍କୁ କାବୁ କରି ତାଙ୍କ ନିକଟରୁ ଚୋରି ହୋଇଥିବା ୬୦୦୦ ଟଙ୍କା ଜବତ କରି ସୋର ପୋଲିସକୁ ଖବର ଦେଇଥିଲେ ।

ସୋର(କେନ୍ୟୁଜ୍‌): ଚଳନ୍ତା ଟ୍ରେନରୁ ଜଣେ ମହିଳାଙ୍କ ନିକଟରୁ ଚୋରି କରୁଥିବା ବେଳେ ପଶ୍ଚିମବଙ୍ଗ ଅଞ୍ଚଳର ଦୁଇଜଣ ମହିଳାଙ୍କୁ କାବୁ କରି ସୋର ପୋଲିସକୁ ହସ୍ତାନ୍ତର କରିଛନ୍ତି ସ୍ଥାନୀୟ ଲୋକେ। ସୋର ଥାନା ସାଲମପୁର ଗ୍ରାମର ଜୟନ୍ତୀ ବେହେରା ତାଙ୍କ ପରିବାର ସହ ଭୁବନେଶ୍ୱରରୁ ସୋର ଅଭିମୁଖେ ଜନଶତାବ୍ଦୀ ଟ୍ରେନରେ ଆସୁଥିଲେ। ସୋର ଷ୍ଟେସନର ଅନତି ଦୂରରେ ସେ ଷ୍ଟେସନରେ ଓହ୍ଲାଇବାକୁ ଠିଆ ହୋଇଥିବା ବେଳେ ଜଣେ ମହିଳା ତାଙ୍କ ଭ୍ୟାନିଟ ବ୍ୟାଗରୁ ଟଙ୍କା ଚୋରି କରିଥିଲେ। ଏହା ଜାଣିପାରି ଜୟନ୍ତୀ ତାଙ୍କୁ ଖୋଜିବାରୁ ମହିଳା ଲୁଟେରା ଜଣଙ୍କ ଶୌଚାଳୟକୁ ପଶି ଯାଇଥିଲେ। ପରେ ସୋର ଷ୍ଟେସନରେ ସ୍ଥାନୀୟ ଲୋକେ ମହିଳାଙ୍କୁ କାବୁ କରି ତାଙ୍କ ନିକଟରୁ ଚୋରି ହୋଇଥିବା ୬୦୦୦ ଟଙ୍କା ଜବତ କରି ସୋର ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମହିଳା ଦୁଇଜଣଙ୍କୁ ଥନାରେ ଅଟକ ରଖିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

ତେବେ ଏ ମହିଳା କାହିଁକି ଏମିତି କଲେ ତାହା ତ ଜଣା ନାହିଁ । କିନ୍ତୁ ଆପଣମାନେ ଯଦି କୌଣସି ସ୍ଥାନକୁ ଯାତ୍ରା କରୁଛନ୍ତି ତେବେ ନିଜ ଜିନିଷର ଧ୍ୟାନ ରଖନ୍ତୁ ନଚେତ ଏମିତି ଅନେକ ଚୋର ଅଛନ୍ତି ଯେଉଁମାନେ ଆପଣଙ୍କ ଜିନିଷକୁ ଛକି ରହିଥିବେ । ଏବଂ ସୁଯୋଗ ପାଇଲେ ଏ ଚୋରମାନେ ଟଙ୍କା ଓ ଜିନିଷ ଚୋରି କରି ଫେରାର ମାରନ୍ତି । ଏମିତି ଅନେକ ଘଟଣା ପ୍ରତ୍ୟେକ ଦିନ ଘଟୁଛି । ଲୋକମାନେ ଯେତେ ସତର୍କ ହେଲେ ମଧ୍ୟ ଚୋରମାନେ ଚୋରି କରିବା ଛାଡ଼ୁ ନାହାନ୍ତି । ତେଣୁ ଆପଣ ନିଜ ଜିନିଷ ସୁରକ୍ଷିତ ରଖିବାକୁ ଚାହୁଁଥିଲେ ଯଥେଷ୍ଟ ସତର୍କ ରୁହନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.