କ୍ରିକେଟ ମ୍ୟାଚରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ଡ୍ୟାନସିଂ ଅମ୍ପାୟାର ମନୋଜ କୁମାର, ଜିତିଲେ ଦର୍ଶକଙ୍କ ହୃଦୟ

ମା କାଳିତ୍ରୀ ଯୁବ କ୍ଲବ ପକ୍ଷରୁ ବେଲମଳା ଠାରେ ଅନୁଷ୍ଠିତ ହେଉଥିବା ଦାସରଥୀ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟରେ ଦର୍ଶକଙ୍କ ମୁଖ୍ୟ ଆକର୍ଷଣ ଥିଲେ ଡ୍ୟାନସିଂ ଅମ୍ପେୟାର ମନୋଜ କୁମାର । ପିପିଲି ଏବଂ ଦଳାଙ୍ଗର ଦୁଇଗୋଟି ଗ୍ରାମାଞ୍ଚଳ କ୍ରିକେଟ ଟିମ ମଧ୍ୟରେ ଅନୁଷ୍ଠିତ ହେଉଥିବା ଫାଇନାଲ ଖେଳରେ ମନୋଜ ଅମ୍ପେୟାରିଙ୍ଗ କରି ଚର୍ଚ୍ଚାରେ ରହିଛନ୍ତି ।

ଭଦ୍ରକ(କେନ୍ୟୁଜ): ଭାରତ ବର୍ଷରେ ସର୍ବାଧିକ ଲୋକପ୍ରିୟ ଖେଳ ଭାବରେ କ୍ରିକେଟକୁ ଲୋକମାନେ ଅଧିକ ପସନ୍ଦ କରନ୍ତି । ସେଥିପାଇଁ ରାଜ୍ୟର କୋଣ ଅନୁକୋଣରେ କ୍ରିକେଟ ଖେଳ ହେଉଥିବା ଦେଖିବାକୁ ମିଳିଥାଏ । ସମାନ ଭାବେ ଭଦ୍ରକରେ ମଧ୍ୟ ଏକ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଛି । ତେବେ ଭଦ୍ରକର ଏହି ମ୍ୟାଚରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ଡ୍ୟାନସିଂ ଅମ୍ପେୟାର ମନୋଜ କୁମାର । ଖେଳରେ ଖେଳାଳୀ ମାରୁଥିବା ଛକା, ଚଉକା ସହିତ ଆଉଟ/ନଟ ଆଉଟକୁ ସଂଗୀତର ତାଳେ ତାଳେ ଏକ ଚିତାକର୍ଷକ ନୃତ୍ୟ ଶୈଳୀରେ ଉପସ୍ଥାପିତ କରି ଚର୍ଚ୍ଚାରେ ଏହି ଡ୍ୟାନସିଂ ଅମ୍ପାୟାର ମନୋଜ କୁମାର ।

କେବଳ ଭଦ୍ରକ ଜିଲ୍ଲାରେ ନୁହେଁ ସମଗ୍ର ରାଜ୍ୟ ଏପରିକି ବିହାର, ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗ ପ୍ରଭୂତି ରାଜ୍ୟରେ ନିଜର ଏହି ଚିତାକର୍ଷକ ଡ୍ୟାନସିଂ ଅମ୍ପେୟାରିଙ୍ଗ କରି ବେଶ ସୁଖ୍ୟାତି ଅର୍ଜନ କରିଛନ୍ତି । ଦର୍ଶକ ମାନଙ୍କୁ ମନୋରଞ୍ଜନର ଖୋରାକ ଦେବାପାଇଁ ମନୋଜଙ୍କ ଏହି ଅଭିନବ ପ୍ରୟାସ ଦର୍ଶକ ଏବଂ ଅତିଥିଙ୍କ ମଧ୍ୟରେ ବେଶ ଆଦୃତ ହୋଇଛି । ମା କାଳିତ୍ରୀ ଯୁବ କ୍ଲବ ପକ୍ଷରୁ ବେଲମଳା ଠାରେ ଅନୁଷ୍ଠିତ ହେଉଥିବା ଦାସରଥୀ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟରେ ଦର୍ଶକଙ୍କ ମୁଖ୍ୟ ଆକର୍ଷଣ ଥିଲେ ଡ୍ୟାନସିଂ ଅମ୍ପେୟାର ମନୋଜ କୁମାର ।

ପିପିଲି ଏବଂ ଦଳାଙ୍ଗର ଦୁଇଗୋଟି ଗ୍ରାମାଞ୍ଚଳ କ୍ରିକେଟ ଟିମ ମଧ୍ୟରେ ଅନୁଷ୍ଠିତ ହେଉଥିବା ଫାଇନାଲ ଖେଳରେ ମନୋଜ ଅମ୍ପେୟାରିଙ୍ଗ କରି ଚର୍ଚ୍ଚାରେ ରହିଛନ୍ତି । ମନୋଜଙ୍କ ଘର ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ କେନ୍ଦୁଆପଦା ଆମ୍ପର ଗ୍ରାମରେ । ପିଲାଟି ବେଳୁ ମନୋଜଙ୍କ କ୍ରିକେଟ ଖେଳ ପ୍ରତି ବେଶ ଆଗ୍ରହ ରହିଥିଲା । କ୍ରିକେଟ ଖେଳ ମାଧ୍ୟମରେ ଲୋକଙ୍କ ମନୋରଞ୍ଜନ କରିବାକୁ ସେ ଲୋକପ୍ରିୟ ଟି-୨୦ ଖେଳରେ ଡ୍ୟାନସିଂ ଅମ୍ପେୟାରିଙ୍ଗ କୁ ଆପଣେଇ ନେଇଛନ୍ତି ।

ଅମ୍ପାୟାରଙ୍କ ଡ୍ୟାନ୍ସ ଦେଖି ଦର୍ଶକମାନେ ଭରପୁର ମଜା ଉଠାଇଥିଲେ । ଖେଳ ଦେଖିବା ସହିତ ଅମ୍ପାୟାରଙ୍କ ଡ୍ୟାନ୍ସିଂ ଅନ୍ଦାଜ ଦର୍ଶକ ମାନଙ୍କୁ ଆକର୍ଷିତ କରିଥିଲା । ଲୋକଙ୍କୁ ହସାଇବାର କଳା ସମସ୍ତଙ୍କୁ ଜଣାନଥାଏ । ତେବେ ଏହି ଦୃଶ୍ୟରୁ ସ୍ପଷ୍ଟ ହେଉଛି ଯେ, ଯୁବକ ଜଣକ କେତେ ଆନନ୍ଦର ସହ ନିଜ ଦାୟିତ୍ୱ ସମ୍ପାଦନ କରୁଛନ୍ତି ଏବଂ ସମସ୍ତଙ୍କୁ ନିଜ କଳାରେ ବାନ୍ଧି ରଖିଛନ୍ତି । ତେବେ ଏହି ଭିଡିଓକୁ ଦେଖି ଆପଣ ବି ନିହାତି ଭାବେ ଖୁସି ହେବେ ଆଉ ଏହି ଡ୍ୟାନସିଂ ଅମ୍ପାୟାର ମନୋଜ କୁମାରଙ୍କର ତାରିଫ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.