ପାଣି ପାଇପ୍ ଚାବି ଚୋରି କରିବାକୁ ଆସି ବନ୍ଧା ହେଲେ ଦୁଇ ଚୋର
ନୀଳଗିରି ଥାନା ବାଉଁଶବଣିଆ ପଞ୍ଚାୟତ ପଣ୍ଡିତସାହି ଗାଁ କୁ ଗାଁ ବିଛା ଯାଇଥିବା ପାଣି ପାଇପ୍ ଚାବି ଚୋରି କରିବାକୁ ଆସି ବନ୍ଧା ହେଲେ ଦୁଇ ଚୋର ।
ନୀଳଗିରି(କେନ୍ୟୁଜ) : ନୀଳଗିରି ଥାନା ବାଉଁଶବଣିଆ ପଞ୍ଚାୟତ ପଣ୍ଡିତସାହି ଗାଁ କୁ ଗାଁ ବିଛା ଯାଇଥିବା ପାଣି ପାଇପ୍ ଚାବି ଚୋରି କରିବାକୁ ଆସି ବନ୍ଧା ହେଲେ ଦୁଇ ଚୋର । ସୂଚନା ଅନୁଯାୟୀ ବିଳମ୍ୱିତ ରାତିରେ ଦୁଇ ଚୋର ସାଇକେଲ ଖରାପ ହେବା କହି ସ୍ଥାନୀୟ ଜଣକ ଘରକୁ ଯାଇ ଦାଆ ମାଗିଥିଲେ । ପରେ ସନ୍ଦେହ ହେବାରୁ ଘର ଲୋକ ଫୋନ୍ କରି ଗାଁ ଲୋକଙ୍କୁ ଡାକିଥିଲେ । ଏହାପରେ ଗାଁ ଲୋକେ ଏକ୍ ହୋଇ ଚୋରଙ୍କୁ ଧରିଥିଲେ ।
ଘଟଣାସ୍ଥଳରେ ଚୋରଙ୍କୁ ଧରିବା ପରେ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ମାନେ ପୋଲିସ କୁ ଫୋନ୍ କରିଥିଲେ । ପୋଲିସ ପହଞ୍ଚିଲା ପରେ ଗାଁ ଲୋକେ ୨ ଚୋରଙ୍କୁ ଜିମା ଦେଇଥିଲେ । ପୋଲିସ ଦୁଇ ଚୋରଙ୍କୁ ବାନ୍ଧି ଥାନାକୁ ଆଣିଥିଲା । ତେବେ ନିଶା ଖାଇବା ପାଇଁ ଏଭଳି ଚୋରି କରିବାକୁ ଉଦ୍ୟମ କରିଥିଲେ ବୋଲି ସର୍ବ ସମ୍ମୁଖରେ ଚୋର ମାନେ ମାନିଥିଲେ ।