ଇଡି ସାମ୍ନାରେ ହାଜର ହେବେନି ଅରବିନ୍ଦ କେଜ୍ରିଓ୍ଵାଲ, କିନ୍ତୁ ଭିଡିଓ କନଫରେନ୍ସି ଜରିଆରେ ଜବାବ ରଖିବେ

ଅରବିନ୍ଦ କେଜ୍ରିଓ୍ଵାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଅଷ୍ଟମ ସମନ ଉପରେ ଜବାବ ରଖିଛନ୍ତି । ଇଡିରେ ହାଜର ନ ହୋଇ ପ୍ରଶ୍ନର ଜବାବ ଦେବେ ବୋଲି କହିଛନ୍ତି କେଜ୍ରିଓ୍ଵାଲ । ଭିଡିଓ କନଫରେନ୍ସିଂ ଜରିଆରେ କେଜ୍ରିୱାଲ ଇଡି ପ୍ରଶ୍ନର ସାମ୍ନା କରିବେ ବୋଲି ଆପ୍ ପକ୍ଷରୁ କୁହାଯାଇଛି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଅଷ୍ଟମ ସମନ ଉପରେ ଜବାବ ରଖିଛନ୍ତି । ଇଡିରେ ହାଜର ନ ହୋଇ ପ୍ରଶ୍ନର ଜବାବ ଦେବେ ବୋଲି କହିଛନ୍ତି କେଜ୍ରିଓ୍ଵାଲ । ଭିଡିଓ କନଫରେନ୍ସିଂ ଜରିଆରେ କେଜ୍ରିୱାଲ ଇଡି ପ୍ରଶ୍ନର ସାମ୍ନା କରିବେ ବୋଲି ଆପ୍ ପକ୍ଷରୁ କୁହାଯାଇଛି ।

ଆପର ଜାରି ହୋଇଥିବା ବୟାନ ମୁତାବକ, ଅରବିନ୍ଦ କେଜ୍ରିଓ୍ଵାଲଙ୍କ ତରଫରୁ ଇଡିକୁ ଜବାବ ପଠାଯାଇଛି । ଏହି ସମନ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ଏହାପରେ ମଧ୍ୟ କେଜ୍ରିଓ୍ଵାଲ ଜବାବ ଦେବାକୁ ପ୍ରସ୍ତୁତ । ଫେବୃଆରୀ ୨୭ରେ ଇଡି ଅଷ୍ଟମ ଥର ପାଇଁ କେଜ୍ରିୱାଲଙ୍କୁ ସମନ ପଠାଇ ମାର୍ଚ୍ଚ ୪ରେ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲା । କିନ୍ତୁ କେଜ୍ରିୱାଲ ଆଜି ଇଡି ଅଫିସ୍ ନ ଯାଇ, ଫେବୃଆରୀ ୧୨ ପରେ ସମସ୍ତ ପ୍ରଶ୍ନର ମୁକାବିଲା କରିବେ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ଏହା ପୂର୍ବରୁ କେଜ୍ରିୱାଲଙ୍କୁ ଇଡି ସାତ ଥର ସମନ ପଠାଇ ସାରିଛି । ଏ ସମସ୍ତ ସମନକୁ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଦର୍ଶାଇ ଇଡି ଅଫିସରେ ହାଜର ହେଉନଥିଲେ କେଜ୍ରିୱାଲ। ଫଳରେ ୬ ସମନ ପରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଇଡି । ତା’ ପରେ ବିଧାନସଭା ଅଧିବେଶନ ଚାଲିଥିବାରୁ ଭିଡିଓ କନଫରେନ୍ସିଂ ଜରିଆରେ ଅଦାଲତଙ୍କ ପ୍ରଶ୍ନର ସାମ୍ନା କରିଥିଲେ କେଜ୍ରିୱାଲ । ଇଡିର ଏହି ସମନ ଅର୍ଥ ହେରଫେରକୁ ନେଇ କରାଯାଉଛି। ଦିଲ୍ଲୀ ଅବକାରୀ ନୀତିରେ କେଜ୍ରିୱାଲଙ୍କ ସରକାର ଅର୍ଥ ହେରଫେର କରିଥିବା ଇଡି ଅଭିଯୋଗ କରିଆସୁଛି । ଏହି ମାମଲାରେ ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଗିରଫ ହୋଇ ଜେଲରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.