Below header

ଓଡିଶାର ନା ରଖିଲେ ମାଲକାନଗିରିର ମହିଳା ଏସଆଇ ସନ୍ତୋଷୀ ବାରିକ, ନିଜ କାର୍ଯ୍ଯ ଦକ୍ଷତା ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ହେବେ ପୁରସ୍କୃତ

ମାଲକାନଗିରି:  ନିଷ୍ଠାର ସହିତ କାର୍ଯ୍ଯ କଲେ ସଫଳତା ନିଶ୍ଚିତ ମିଳିଥାଏ । ଆଉ ସେହି ସଫଳତା ପାଇଁ ପୁରସ୍କାର ବି ମିଳିଥାଏ । ଏହିଭଳି ଏକ ସଫଳତା ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ପୁରସ୍କୃତ ହେବାକୁ ମନୋନୀତ ହୋଇଛନ୍ତି ମାଲକାନଗିରିର ସନ୍ତୋଷୀ ବାରିକ।

ମାଲକାନଗିରି ଜିଲ୍ଲାର ବିଭିନ୍ନ ପୋଲିସ୍ ଥାନାରେ ସବ ଇନସପେକ୍ଚର ପଦବିରେ ରହି କାର୍ଯ୍ୟ କରୁଥିବା ସମୟରେ ମାମଲା ଗୁଡିକୁ ଉତ୍ତମ ଅନୁସନ୍ଧାନ କରି ଦୋଷିଙ୍କୁ ଦଣ୍ଡ ଦେବାରେ ସହାୟକ ହୋଇଥିବା ମହିଳା ଏସଆଇ ସନ୍ତୋଷୀ ବାରିକଙ୍କୁ କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ସମ୍ମାନିତ  କରାଯିବା ପାଇଁ ମନୋନିତ କରାଯାଇଛି । ଓଡିଶାରୁ ମାତ୍ର ୪ଜଣ ଏହି ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି। ସେଥିରେ ମହିଳା ଏସଆଇ ସନ୍ତୋଷୀ ବାରିକ ସାମିଲ୍ ଅଛନ୍ତି । ଯାହା ସାରା ରାଜ୍ଯ ପାଇଁ ଏକ ଗର୍ବର ବିଷୟ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.