ବିଜୟରୁ ଅଭିଯାନ ଆରମ୍ଭ କରି ପ୍ରି-କ୍ୱାର୍ଟର ମ୍ୟାଚରେ ପରାଜୟର ସାମ୍ନା କଲେ କିଟ୍‌ ଛାତ୍ରୀ ଭବାନୀ ଦେବୀ

ଭୁବନେଶ୍ବର(କେନ୍ଯୁଜ୍): ଅଲିମ୍ପିକସ୍‌ ଅସୀ ଚାଳନାରେ ଶେଷ ହୋଇଛି ଭାରତର ଅଭିଯାନ । ପ୍ରଥମ ରାଉଣ୍ଡ ଜିତି ସମସ୍ତଙ୍କ ମନରେ ଉତ୍ସାହ ଭରିଥିବା ଭାରତର ମହିଳା ଅସୀ ଚାଳକ ସି ଏ ଭବାନୀ ଦେବୀ ପରବର୍ତ୍ତୀ ମୁକାବିଲାରେ ପରାଜୟର ସାମନା କରିଛନ୍ତି । ବିଶ୍ୱର ୩ ନମ୍ବର ମାନ୍ୟତାପ୍ରାପ୍ତ ଅସୀ ଚାଳକ ଫ୍ରାନ୍ସର ମେମନ୍‌ ବ୍ରୁଟେନଙ୍କ ପାଖରୁ ହାରି ଯାଇଛନ୍ତି । ୭-୧୫ରେ ହାରି ଯାଇଛନ୍ତି ଭବାନୀ ଦେବୀ । ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଭବାନୀ ପ୍ରି-କ୍ୱାର୍ଟରରେ ୪ନମ୍ବର ମାନ୍ୟତା ପ୍ରାପ୍ତ ଫ୍ରାନ୍ସର ମାନନ୍‌ ବ୍ରୁନେଟଙ୍କ ଠାରୁ ୧୫-୭ ସ୍କୋରରେ ପରାଜିତ ହୋଇଛନ୍ତି । ଏଥିସହ ତାଙ୍କର ଅଲିମ୍ପିକସ୍‌ ଅଭିଯାନ ଶେଷ ହୋଇଛି ।

ଅଲିମ୍ପିସକ୍ସ ଅସୀ ଚାଳନାର ପ୍ରଥମ ରାଉଣ୍ଡରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ କିଟ ଛାତ୍ରୀ ଭବାନୀ ଦାସ । କିଟ୍‌ ଛାତ୍ରୀ ଭବାନୀ ଦେବୀଙ୍କ ପ୍ରଥମ ମୁକାବିଲା ଥିଲା ଟ୍ୟୁନିସିଆର ବେନ୍‌ ଆଜିଜିଙ୍କ ସହ । ଯେଉଁଠି ୧୫-୩ ସ୍କୋର ସହ ଏକତରଫା ବାଜି ମାରିଥିଲେ ଭବାନୀ । ମାତ୍ର ୬ମିନିଟ୍‌ ୧୪ ସେକେଣ୍ଡରେ ମ୍ୟାଚକୁ ନିଜ କବଜାକୁ ଆଣିଥିଲେ । ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସକୁ କ୍ୱାଲିଫାଏ କରିଥିବା ଭାବନୀଙ୍କ ଲଢୁଆ ପ୍ରଦର୍ଶନକୁ ନେଇ ସବୁଠି ଚର୍ଚ୍ଚା । ପ୍ରଥମ ଭାରତୀୟ ଫେନସର୍‌ ଯିଏ ଅଲିମ୍ପିକ୍ସରେ କୌଣସି ମ୍ୟାଚ ଜିତିବାରେ ସଫଳ ହୋଇଛନ୍ତି । ଇତିହାସ ରଚିଛନ୍ତି କିଟ୍‌ ଛାତ୍ରୀ ଭବାନୀ ଦେବୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.