ନିଶା କାରବାରକୁ କେନ୍ଦ୍ର କରି ଗଣ୍ଡଗୋଳ, ବାଇକକୁ ନିଆଁ ଲଗାଇ ନିଶାଡୀ ଫେରାର

ଯାଜପୁର ଟାଉନ(କେନ୍ୟୁଜ୍): ନିଶା କାରବାରକୁ କେନ୍ଦ୍ର କରି ଗଣ୍ଡଗୋଳ। ବାଇକ ପୋଡିବା ସହ ଲାଗିଥିଲା ଉତ୍ତେଜନା । ଯାଜପୁର ସଦର ଥାନା ନାଥସାହି ପଂଚାୟତ ଅଦାମପୁର ବୁଢା ନଦୀ କୁଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଏଥିରେ ସ୍ଥାନୀୟ ଅଞ୍ଚଳର ନିଶାଡୀ ରାକେଶ ବେହେରା ଏବଂ ରାମବାଗ ଅଂଚଳର ବିଶ୍ୱ ରଞ୍ଜନ ମିଶ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ବିଶ୍ୱ ରଞ୍ଜନଙ୍କ ବାଇକକୁ ରାକେଶ ନିଆଁ ଲଗାଇ ଫେରାର ହୋଇଯାଇଥିଲା। ଏହାଦେଖି ସ୍ଥାନୀୟ ଲୋକେ ବିଶ୍ୱ ରଞ୍ଜନଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଂଚି ବିଶ୍ୱ ରଞ୍ଜନଙ୍କୁ ନିଜ ହେପାଜତକୁ ନେଇଥିଲେ।

bike nb

ସୂଚନା ଯୋଗ୍ୟ ଏହି ଅଞ୍ଚଳର କେତେକ ଯୁବକ ନିଶା କାରବାର କରିବା ପାଇଁ ବୁଢା ନଦୀ ପଠା ଅଞ୍ଚଳକୁ ବାଛି ନେଇଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ଏହି ଘଟଣାର ଉଚିତ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.