Below header

ଭାରତୀୟ ମହିଳାଙ୍କୁ ଗର୍ଭାଶୟ କର୍କଟରୁ ମିଳିବ ମୁକ୍ତି, କିଛି ମାସ ଭିତରେ ବଜାରରେ ମିଳିବ ସର୍ଭିକାଲ କ୍ୟାନ୍ସର ଟିକା

ପ୍ରତି ବର୍ଷ ଭାରତରେ ପ୍ରାୟ ଏକ ଲକ୍ଷରୁ ଅଧିକ ମହିଳା ଗର୍ଭାଶୟ କର୍କଟ ବା ସର୍ଭିକାଲ କ୍ୟାନ୍ସରର ଶିକାର ହେଉଛନ୍ତି। ତେଣୁ ଏହି ଗମ୍ଭୀର ରୋଗରେ ଜୁଝି ହେଉଥିବା ମହିଳାଙ୍କ ପାଇଁ ଖୁସିର ଖବର। ଆଉ ମହିଳାଙ୍କୁ ରହିବନାହିଁ ଗର୍ଭାଶୟ କ୍ୟାନ୍ସର ଚିନ୍ତା। ଗର୍ଭାଶୟ କର୍କଟ ବିରୋଧରେ ଲଢ଼ିବ ସ୍ୱଦେଶୀ ଟିକା । ଭାରତର ପ୍ରଥମ ସର୍ଭିକାଲ କ୍ୟାନ୍ସର ଟିକା ଆଜି ଲଞ୍ଚ୍‌ ହୋଇଛି। ଏହାର ନାମ କ୍ୱାଡ୍ରିଭାଲେଣ୍ଟ ହ୍ୟୁମାନ ପାପିଲୋମାଭାଇରସ୍ ଭ୍ୟାକସିନ-qHPV। ଏହି ସ୍ୱଦେଶୀ ଭ୍ୟାକସିନକୁ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଏବଂ କେନ୍ଦ୍ର ସରକାରଙ୍କ ବିଭାଗ ଡିପାର୍ଟମେଣ୍ଟ ଅଫ ବାୟୋଟକ୍ନୋଲୋଜୀ ମିଶି ବିକଶିତ କରିଛନ୍ତି। ଗତ ମାସ ହିଁ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ ସେରମ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆକୁ ସର୍ଭିକାଲ ଭ୍ୟାକସିନ୍‌ ଉତ୍ପାଦନ କରିବା ପାଇଁ ମଞ୍ଜୁରୀ ଦେଇଥିଲା। ସ୍ତନ କର୍କଟ ବା ବ୍ରେଷ୍ଟ କ୍ୟାନ୍ସର ପରେ ଭାରତରେ ମହିଳାଙ୍କ ମଧ୍ୟରେ ଏହି ସର୍ଭିକାଲ କ୍ୟାନ୍ସର ବା ଗର୍ଭାଶୟ କର୍କଟ ମାମଲା ଅଧିକ ଦେଖିବାକୁ ମିଳୁଛି।

୧୫ ରୁ ୪୪ ବର୍ଷର ଝିଅ ଏବଂ ମହିଳା ଏହି ରୋଗର ଅଧିକ ଶିକାର ହେଉଛନ୍ତି। ଭ୍ୟାକସିନ୍‌ ଲଞ୍ଚ୍‌ ହେବା ପରେ ସରକାର ରାଷ୍ଟ୍ରୀୟ ଟୀକାକରଣ ଅଭିଯାନ ଅନୁଯାୟୀ ଆସନ୍ତା କିଛି ଭିତରେ ଟିକା ଲଗାଇବା ଅଭିଯାନ ଆରମ୍ଭ କରିପାରନ୍ତି। ସୂଚନା ମୁତାବକ qHPV ଭ୍ୟାକସିନ୍‌ ରେ ପରୀକ୍ଷଣ ହେଉଥିବା ସମୟରେ ବହୁତ ଭଲ ରେଜଲ୍ଟ ସାମ୍ନାକୁ ଆସିଥିଲା। ଭ୍ୟାକସିନ୍‌ ଜରିଆରେ ସବୁ ବୟସର ବର୍ଗ ଏବଂ ଡୋଜରେ ଦ୍ୱିତୀୟ ବେସଲାଇ HPV ତୁଳନାରେ ୧୦୦୦ ଗୁଣା ଅଧିକ ଆଣ୍ଟିବଡି ବିକସିତ ହୋଇଛି। ତେଣୁ ଏହି ପରିଣାମରେ ଏହା ସ୍ପଷ୍ଟ ହୋଇଛି ଯେ ସ୍ୱଦେଶୀ ଭ୍ୟାକସିନ୍‌ ସର୍ଭିକାଲ କ୍ୟାନ୍ସର ସହ ରକ୍ଷା କରିବାରେ ବହୁତ ଫଳପ୍ରଦ ପ୍ରମାଣିତ ହୋଇପାରେ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ସର୍ଭିକାଲ କ୍ୟାନ୍ସର ମହିଳାଙ୍କ ସର୍ଭିକ୍ସର କୋଶିକ ଉପରେ ପ୍ରଭାବ ପକାଇଥାଏ। ସର୍ଭିକ୍ସ ଗର୍ଭାଶୟର ତଳ ଭାଗକୁ କୁହାଯାଏ। ସର୍ଭିକାଲ କ୍ୟାନ୍ସରରେ ପୀଡିତ ମହିଳାଙ୍କ ଶରୀରର ସେହି ଭାଗରେ ପ୍ରଭାବ ପକାଇଥାଏ। ସର୍ଭିକାଲ କ୍ୟାନ୍ସରର ଅଧିକାଂଶ ମାମଲାହ୍ୟୁମାନ ପାପିଲୋମା ଭାଇରସର ଅଲଗା ଅଲଗା ଷ୍ଟ୍ରେନ୍ସ କାରଣରୁ ହୋଇଥାଏ। ହ୍ୟୁମାନ ପାପିଲୋମା ଭାଇରସ୍ ବା HPV ଏକ ଯୌନ ରୋଗ, ଯାହା ଯୌନାଙ୍ଗରେ ଘା ଭଳି ଦେଖାଯାଇଥାଏ। ଯାହା ଧିରେ ଧିରେ ବଢ଼ି ସର୍ଭିକାଲ ସେଲ୍ସକୁ କ୍ୟାନ୍ସର ସେଲ୍ସରେ ବଦଳାଇଦେଇଥାଏ।

କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପରେ ଦର ନିର୍ଦ୍ଧାରଣ ହେବ । ତେବେ ଟିକାର ଦର ଡୋଜ ପିଛା ୨ଶହରୁ ୪ଶହ ଟଙ୍କା ରହିବ ବୋଲି ସେରମର ସିଇଓ ଆଦର ପୁନାୱାଲା କହିଛନ୍ତି । ୮୫ ରୁ ୯୦ ପ୍ରତିଶତ ପ୍ରଭାବଶାଳୀ ରହିବ ଏହି ଟିକା। ପ୍ରଥମ ପର୍ଯ୍ୟାୟରେ ଦୁଇ ବର୍ଷ ଭିତରେ ୨୦ କୋଟି ଟିକା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଥମେ ଦେଶ ଓ ପରେ ବିଦେଶକୁ ପଠାଯିବ ଟିକା ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ହିସାବ ଅନୁଯାୟୀ ୨୦୧୮ ମସିହାରେ ପୂରା ବିଶ୍ୱରେ ୫ ଲକ୍ଷ ୭୦ ହଜାର ମହିଳା ସର୍ଭିକାଲ କ୍ୟାନ୍ସର ପୀଡ଼ିତ ହୋଇଥିଲେ। ଏଥିରୁ ୩ଲକ୍ଷ ୧୧ ହଜାର ମହିଳା ମୃତ୍ୟୁମୁଖରେ ପଡ଼ିଥିଲେ । ଅଧିକାଂଶ କ୍ଷେତ୍ରରେ ସର୍ଭିକାଲ କ୍ୟାନ୍ସର ପାପିଲୋମା ଭାଇରସ୍ ଯୋଗୁ ହୋଇଥାଏ। HPV ଭାଇରସ୍ ଦୁଇ ପ୍ରକାରର । ସାଧାରଣ ରୋଗ ପ୍ରତିରୋଧକ ଶକ୍ତି ଥିବା ମହିଳାଙ୍କ ଠାରେ ଏହି କ୍ୟାନସର ହେବାକୁ ପ୍ରାୟ ୧୫ ରୁ ୨୦ ବର୍ଷ ସମୟ ନେଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.