Below header

ବକ୍ସ ଅଫିସ୍‌ରେ ମାଡ଼ ଖାଇଗଲା ‘ଲାଇଗର’! ପାଣିରେ ପଡ଼ିଲା କୋଟି କୋଟି ଟଙ୍କା; ବିରାଟ କ୍ଷତି ସହିଲେ ନିର୍ମାତା

ସାଉଥ୍‌ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଓ ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଅଭିନୀତ ଫିଲ୍ମ ‘ଲାଇଗର’ ବକ୍ସ ଅଫିସ୍‌ରେ ନିଜର ଦମ୍‌ ଦେଖାଇ ପାରିନାହିଁ। ଆୟ ମାମଲାରେ ଫିଲ୍ମ ଥଣ୍ଡା ପଡ଼ିଛି। ଅଗଷ୍ଟ ୨୫ରେ ବକ୍ସ ଅଫିସ୍‌ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମ ଫ୍ଲପ୍‌ ପ୍ରମାଣିତ ହୋଇଛି, ଯଦିଓ ରିଲିଜ୍‌ ପୂର୍ବରୁ ଏହା ବହୁତ ଚର୍ଚ୍ଚାରେ ରହିଥିଲା। ଏହି ଫିଲ୍ମ କଳାକାରଙ୍କଠାରୁ ଆରମ୍ଭ କରି ନିର୍ମାତାଙ୍କ ଯାଏ, ସମସ୍ତଙ୍କ ଆଶା ଧୂଳିସାତ୍‌ କରି ଦେଇଛି।

‘ଲାଇଗର’ର ବିଫଳତା ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରୀରେ ଏକ ଭୟର ବାତାବରଣ ସୃଷ୍ଟି କରିଛି। ଫିଲ୍ମ ଫ୍ଲପ୍‌ ହେବା ପରେ ନିର୍ମାତାଙ୍କ ସହ ବିତରଣମାନଙ୍କୁ ବି ବିରାଟ କ୍ଷତିର ସାମ୍ନା କରିବାକୁ ପଡ଼ିଛି। ମିଳିଥିବା ସୂଚନା ମୁତାବକ, ବିତରକମାନଙ୍କୁ ୬୦ରୁ ୬୫ ପ୍ରତିଶତ କ୍ଷତି ହୋଇଛି।

ଫିଲ୍ମକୁ ହିଟ୍‌ କରିବା ପାଇଁ ନିର୍ମାତା ସବୁ ପ୍ରକାର ଚେଷ୍ଟା କରିଥିଲେ। ଏତିକି ନୁହେଁ, ବିଜୟଙ୍କ ସହ ଫିଲ୍ମରେ ବକ୍ସିଂ ଚାମ୍ପିୟନ ମାଇକ୍‌ ଟାଇସନଙ୍କର ବି କାମିଓ ରୋଲ୍‌ ରଖାଯାଇଥିଲା। ହେଲେ ଟାଇସନଙ୍କ ଏଣ୍ଟ୍ରି ଫିଲ୍ମକୁ ସଫଳତା ଦେଇ ପାରିଲା ନାହିଁ। ଖବର ରହିଛି କି, ଫିଲ୍ମର ନିର୍ମାତା ମାଇକ୍‌ ଟାଇସନଙ୍କୁ କାମିଓ ରୋଲ୍‌ ପାଇଁ ୨୫ କୋଟି ଟଙ୍କା ଦେଇଥିଲେ।

 

View this post on Instagram

 

A post shared by Vijay Deverakonda (@thedeverakonda)

ଲାଇଗର ସ୍ପୋର୍ଟସ୍‌ ଆକ୍ସନ ଫିଲ୍ମ, ଯାହାକୁ ପୁରୀ ଜଗନ୍ନାଦ ଲେଖିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ହିନ୍ଦୀ ଓ ତେଲୁଗୁ ଭାଷାରେ ଏକ ସାଥୀରେ ଶୁଟ୍‌ କରାଯାଇଥିବା ଏହି ଫିଲ୍ମକୁ ଧର୍ମା ପ୍ରଡକ୍ସନ୍ସ ଏବଂ ପୁରୀ କନେକ୍ଟସ ଦ୍ୱାରା ନିର୍ମାଣ କରାଯାଇଛି। ଫିଲ୍ମରେ ବିଜୟ, ଅନନ୍ୟାଙ୍କ ବ୍ୟତୀତ ରାମ୍ୟା କୃଷ୍ଣା ଓ ରୋନିତ୍‌ ରୟ ମଧ୍ୟ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.