କୋରନାରେ ଜୀବନ ହରାଇଥିବା ତିନିଜଣ ପୋଲିସ କର୍ମଚାରୀଙ୍କ ପରିବାରବର୍ଗଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ

ଛତ୍ରପୁର (କେନ୍ୟୁଜ୍) : ଗଞ୍ଜାମ ପୋଲିସ ଜିଲ୍ଲାରେ କୋଭିଡ୍ -19 ବେଳେ କାର୍ଯ୍ୟରତ ବେଳେ କୋରନାରେ ସଂକ୍ରମିତ ହୋଇ ତିନି ଜଣ ପୋଲିସ କର୍ମଚାରୀ ଆଖି ବୁଜିଥିଲେ । ନିଜ ଦାୟିତ୍ୱ ତୁଲାଉଥିବା ବେଳେ ମୃତ୍ୟୁବରଣ କରିଥିବା ତିନି ଜଣ କରୋନା ଯୋଦ୍ଧା ହେଲେ ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ କୋଟିନାଡ଼ା ପୋଲିସ ଫାଣ୍ଡିରେ କାର୍ଯ୍ୟରତ କର୍ମଚାରୀ ଗୋଲେଖ ନାୟକ, ଭଞ୍ଜନଗର କୋର୍ଟରେ କାର୍ଯ୍ୟରତ କର୍ମଚାରୀ ରବିନ୍ଦ୍ର ନାଥ ବେହେରା ଓ ତାରସିଂ ଥାନାରେ କାର୍ଯ୍ୟରତ କର୍ମଚାରୀ ଶିବରାମ ଦାସ ।

କୋଭିଡ୍ ପରିଚାଳନା କରୁଥିବା ବେଳେ ନିଜ ସଂକ୍ରମିତ ହୋଇଥିବା ବେଳେ ଗୋଲେଖ ଜୁଲାଇ ମାସ ୧୧ତାରିଖ , ଶିବରାମ ଅଗଷ୍ଟ ମାସ ୩ ତାରିଖ ଓ ରବିନ୍ଦ୍ର ନାଥ ଜୁଲାଇ ମାସ ୨୪ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ସବୁ ଆର୍ଥିକ ସହାୟତା ଘୋଷଣା ହୋଇଥିଲା ସେଗୁଡ଼ିକୁ ତାଙ୍କ ପରିବାରବର୍ଗଙ୍କୁ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରଦାନ କରିଛନ୍ତି ।

ସହୀଦ ହୋଇଥିବା ପୋଲିସ କର୍ମଚାରୀଙ୍କ ପରିବାରକୁ ୬୦ବର୍ଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଦରମା ବା ପେନସନ ପ୍ରଦାନ , ଏହାସହ ସର୍ବାଧିକ ଗ୍ରାଚୁଟି ଟଙ୍କା ପ୍ରାୟ ୧୫ ଲକ୍ଷ ,ଗ୍ରୁପ୍ ଇନସୁରାନସ ଓ ଗଞ୍ଜାମ ଜିଲ୍ଲା ୱେଲଫର ଫଣ୍ଡରୁ ଏକ ଲକ୍ଷଟଙ୍କା ପ୍ରଦାନ କରାଯାଇଥିବା ବେଳେ ପ୍ରତ୍ୟେକ ପରିବାର ଲୋକଙ୍କୁ ପାଖାପାଖି ୨୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ଗଞ୍ଜାମ ଏସପି ବ୍ରିଜେଜ୍ ରାଏ ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.