କ୍ରୀଡ଼ାବିତ୍‍ଙ୍କୁ ଆର୍ଥିକ ପ୍ରୋତ୍ସାହନ: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ କିସ୍ ଛାତ୍ରଛାତ୍ରୀ

କିସର ୫୫ ଛାତ୍ରଛାତ୍ରୀ ଚଳିତବର୍ଷ କ୍ରୀଡ଼ା ପ୍ରୋତ୍ସାହନ ପାଇଛନ୍ତି। ସେଥିମଧ୍ୟରୁ କେବଳ ରଗବୀରେ ସର୍ବାଧିକ ୪୧ଜଣ କ୍ରୀଡ଼ାବିତ୍ ରହିଛନ୍ତି । କିଟ୍ ବିଶ୍ବବିଦ୍ୟାଳୟ ଛାତ୍ରୀ ସ୍ବସ୍ତି ସିଂ ପାଇଛନ୍ତି ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର

କେନ୍ୟୁଜ୍(ବ୍ୟୁରୋ):  ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଜ୍ୟର ବିଭିନ୍ନ କ୍ରୀଡ଼ାରେ ସଫଳତା ହାସଲ କରିଥିବା ୩୮୮ କ୍ରୀଡ଼ାବିତଙ୍କୁ ଓଡ଼ିଶା ସରକାର ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିଥିଲେ। ଏଥିରେ ବିଭିନ୍ନ କ୍ରୀଡ଼ାରେ ସଫଳତା ଲାଭ କରିଥିବା କିସର ୫୫ ଛାତ୍ରଛାତ୍ରୀ ଚଳିତବର୍ଷ କ୍ରୀଡ଼ା ପ୍ରୋତ୍ସାହନ ପାଇଛନ୍ତି। ସେଥିମଧ୍ୟରୁ କେବଳ ରଗବୀରେ ସର୍ବାଧିକ ୪୧ଜଣ କ୍ରୀଡ଼ାବିତ୍ ରହିଛନ୍ତି । କିଟ୍ ବିଶ୍ବବିଦ୍ୟାଳୟ ଛାତ୍ରୀ ସ୍ବସ୍ତି ସିଂ ପାଇଛନ୍ତି ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର। ଏଥିପାଇଁ କିସ୍ ଛାତ୍ରଛାତ୍ରୀମାନେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କୃତି କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ କହିଲେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓଡ଼ିଶାରେ କ୍ରୀଡ଼ା ଓ କ୍ରୀଡ଼ାବିତଙ୍କୁ ସର୍ବଦା ପ୍ରୋତ୍ସାହନ ଯୋଗାଇ ଆସୁଛନ୍ତି । ଏଥିପାଇଁ ଆଜି ଓଡ଼ିଶାରୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ବହୁ କ୍ରୀଡ଼ାବିତ୍ ସୃଷ୍ଟି ହୋଇପାରିଛନ୍ତି ।

କିଟ୍ ଓ କିସର ବହୁ ଛାତ୍ରଛାତ୍ରୀ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଓଡ଼ିଶାକୁ ଗୌରବ ଆଣିଦେଇଛନ୍ତି । କିସ୍ର କ୍ରୀଡ଼ାବିତମାନଙ୍କୁ ମୁଖ୍ୟମନ୍ତ୍ରୀ ସର୍ବଦା ଉତ୍ସାହିତ କରି ଆସୁଥିବାରୁ ଆମେ କିଟ୍ ଓ କିସ୍ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜଣାଉଛୁ ବୋଲି କହିଛନ୍ତି ଡ. ସାମନ୍ତ। କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସର୍ବାଧିକ ଅର୍ଥ ରାଶି ପ୍ରଦାନ କରିବାରେ ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ ବୋଲି ଡ. ସାମନ୍ତ କହିଥିଲେ । ନିଷ୍ଠା ଓ ଏକାଗ୍ରତାର ସହ କ୍ରୀଡ଼ା ଜାରି ରଖି ଆଗକୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସଫଳତା ଆଣିବା ଲାଗି ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.