କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ବଡ ବୟାନ, ଆଗୁଆ ନିର୍ବାଚନ ପାଇଁ ଯୋଜନା ନାହିଁ

ଆଗୁଆ ନିର୍ବାଚନ ଚର୍ଚ୍ଚା ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ବଡ ବୟାନ । ଆଗୁଆ ନିର୍ବାଚନ ପାଇଁ କୌଣସି ଯୋଜନା ନଥିବା ଅନୁରାଗ ଠାକୁର ସ୍ପଷ୍ଟ କରିଛନ୍ତି । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ପାଇଁ କାର୍ଯ୍ୟକାଳର ଶେଷ ଦିନ ପର୍ଯ୍ୟନ୍ତ କାମ କରିବେ ।

ଆଗକୁ କିଛି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ବିଳମ୍ବ ହେବ ନାହିଁ ବୋଲି ଅନୁରାଗ ଠାକୁର ସୂଚନା ଦେଇଛନ୍ତି । ଆସନ୍ତା ୧୮ରୁ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ । ୨୨ ତାରିଖ ଯାଏ ଚାଲିବ । ତେବେ କଣ ପାଇଁ କେନ୍ଦ୍ର ସରକାର ସ୍ବତନ୍ତ୍ର ସେସନ୍ ଡାକିଛନ୍ତି ଡାକିଛନ୍ତି ତାକୁ ନେଇ ଚର୍ଚ୍ଚା ଲାଗି ରହିଛି ।

ତେବେ ସ୍ବତନ୍ତ୍ର ଅଧିବେଶନରେ ସରକାର ୩ଟି ବିଲ ଆଣିବାକୁ ଯୋଜନା କରୁଛନ୍ତି । ସେଥିମଧ୍ୟରୁ ୱାନ ନେସନ, ୱାନ ଇଲେକ୍ସନ ଅନ୍ୟତମ । ଶନିବାର ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି ।

ଏଥିରେ ବିରୋଧୀ କଂଗ୍ରେସର ଅଧିର ରଞ୍ଜନ ଚୌଧୁରୀ ସଦସ୍ୟ ଅଛନ୍ତି । ବିରୋଧୀଙ୍କ ସ୍ବରକୁ ମୋଦି ସରକାର ସବୁବେଳେ ଗୁରୁତ୍ବ ଦେଇଥାଏ ବୋଲି ଅନୁରାଗ ଠାକୁର କହିଛନ୍ତି । ସେପଟେ ୱାନ ନେସନ ୱାନ ଇଲେକ୍ ସନ ପାଇଁ ଗଠିତ କମିଟିରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଯୋଗ ଦେଉନଥିବା କହିଛନ୍ତି କଂଗ୍ରେସ ସାଧାରଣ ସଂପାଦକ କେ ସି ବେଣୁଗୋପାଳ। କେନ୍ଦ୍ର ସରକାର ଆଦାନୀ ପ୍ରସଙ୍ଗକୁ ଦିଗହରା କରିବାକୁ ସମସ୍ତ ପ୍ରୟାସ ଚଳାଇଥିବା ସେ ଅଭିଯୋଗ କରିଛନ୍ତି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.