ଭୁବନେଶ୍ବର କ୍ଲବର ପୁଣି ସଭାପତି ହେଲେ ପୂର୍ବତନ ମୁଖ୍ୟ ସଚିବ ଅସିତ ତ୍ରିପାଠୀ

ଲଗାତାର ତୃତୀୟ ଥର ରାଜ୍ୟର ସବୁଠୁ ପ୍ରତିଷ୍ଠିତ କ୍ଲବର ସଭାପତି ନିର୍ବାଚିତ ହୋଇଛନ୍ତି । ଆଜି ଭୁବନେଶ୍ବର କ୍ଲବ ପାଇଁ ନିର୍ବାଚନ ହୋଇଥିଲା । ତପେସ ରାୟଙ୍କୁ ହରାଇ ପୁଣି ସଭାପତି ହୋଇଛନ୍ତି ଅସିତ ତ୍ରିପାଠୀ ।

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ବର କ୍ଲବର ପୁଣି ସଭାପତି ହେଲେ ପୂର୍ବତନ ମୁଖ୍ୟ ସଚିବ ଅସିତ ତ୍ରିପାଠୀ । ହ୍ୟାଟ୍ରିକ ମାରିଛନ୍ତି । ଲଗାତାର ତୃତୀୟ ଥର ରାଜ୍ୟର ସବୁଠୁ ପ୍ରତିଷ୍ଠିତ କ୍ଲବର ସଭାପତି ନିର୍ବାଚିତ ହୋଇଛନ୍ତି । ଆଜି ଭୁବନେଶ୍ବର କ୍ଲବ ପାଇଁ ନିର୍ବାଚନ ହୋଇଥିଲା । ତପେସ ରାୟଙ୍କୁ ହରାଇ ପୁଣି ସଭାପତି ହୋଇଛନ୍ତି ଅସିତ ତ୍ରିପାଠୀ । ତାଙ୍କୁ ମିଳିଛି ୯୨୧ ଖଣ୍ଡ ଭୋଟ୍ । ସେହିପରି ଉପସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି ପ୍ରଗତି ମହାନ୍ତି । ବିଭିନ୍ନ ପଦବୀ ପାଇଁ ହୋଇଥିବା ନିର୍ବାଚନରେ ବିଜୟୀ ହୋଇଛନ୍ତି ଅସୀତ ତ୍ରିପାଠୀଙ୍କ ଟିମ୍ ।

ତାଙ୍କ ସହ ପ୍ରତିଦ୍ବନ୍ଦିତା କରୁଥିଲେ ଡି. ଏସ. ତ୍ରିପାଠୀ । ସେକ୍ରେଟାରୀ ଭାବରେ ଅଶୋକ ମିଶ୍ର ଓ ଯୁଗ୍ମ ସମ୍ପାଦକ ଭାବରେ ପାର୍ଥଜିତ ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି । ଭୁବନେଶ୍ବର କ୍ଲବରେ ରହିଛନ୍ତି ୨ହଜାର ୨୭୩ ଭୋଟିଂ ସଦସ୍ୟ। ସେଥିରୁ ନିର୍ଦ୍ଧାରିତ ସମୟ ଭିତରେ ୧ହଜାର ୧୩୬ ସଦସ୍ୟ ଭୋଟ ଦେଇଥିଲେ । ସଭାପତି ନିର୍ବାଚତ ହେବା ପରେ ଅସିତ ତ୍ରିପାଠୀ କହିଛନ୍ତି, ତାଙ୍କ ଟିମ୍ କ୍ଲବର ଉନ୍ନତି ପାଇଁ ସବୁ କାମ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.