ବିରୋଧୀଙ୍କ ଇଣ୍ଡିଆ ମେଣ୍ଟ ହିନ୍ଦୁ ଧର୍ମକୁ ଘୃଣା କରୁଛି, ଷ୍ଟାଲିନଙ୍କ ଟିପ୍ପଣୀ ପରେ ଅମିତ ଶାହଙ୍କ ଆକ୍ରମଣ

ଉଦୟନିଧିଙ୍କ ଟିପ୍ପଣୀ ପରେ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟକୁ ଶାଣିତ ଆକ୍ରମଣ କରିଛନ୍ତି ଅମିତ ଶାହ। ରାଜସ୍ଥାନର ଡୁଙ୍ଗରପୁରରେ ହୋଇଥିବା ବିଜେପିର ଜନସଂପର୍କ ସଭାରେ ଯୋଗ ଦେଇ ଅମିତ ଶାହା କହିଛନ୍ତି ଯେ, ବିରୋଧୀଙ୍କ ଇଣ୍ଡିଆ ମେଣ୍ଟ ହିନ୍ଦୁ ଧର୍ମକୁ ଘୃଣା କରୁଛି।

ଉଦୟନିଧି ଷ୍ଟାଲିନଙ୍କ ଟିପ୍ପଣୀ ପରେ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟକୁ ଶାଣିତ ଆକ୍ରମଣ କରିଛନ୍ତି ଅମିତ ଶାହ। ରାଜସ୍ଥାନର ଡୁଙ୍ଗରପୁରରେ ହୋଇଥିବା ବିଜେପିର ଜନସଂପର୍କ ସଭାରେ ଯୋଗ ଦେଇ ଅମିତ ଶାହା କହିଛନ୍ତି ଯେ, ବିରୋଧୀଙ୍କ ଇଣ୍ଡିଆ ମେଣ୍ଟ ହିନ୍ଦୁ ଧର୍ମକୁ ଘୃଣା କରୁଛି।

ଆମ ଐତିହ୍ୟ ଉପରେ ଏହା ଆକ୍ରମଣ। ରାଜସ୍ଥାନରେ ବିଜେପିର ପରିବର୍ତ୍ତନ ଯାତ୍ରାର ଶୁଭ ଉଦଘାଟନ କରି ଅମିତ ଶହ କହିଛନ୍ତି ଷ୍ଟାଲିନଙ୍କ ମନ୍ତବ୍ୟ ଇଣ୍ଡିଆ ମେଣ୍ଟର ମନ୍ତବ୍ୟ । ଇଣ୍ଡିଆ ମେଣ୍ଟ ଭୋଟ ବ୍ୟାଙ୍କ ଏବଂ ତୁଷ୍ଟିକରଣ ରାଜନୀତି କରୁଛି। ପ୍ରଥମ ଥର ପାଇଁ ସନାତନ ଧର୍ମକୁ ଅସମ୍ମାନିତ କରାଯାଉ ନାହିଁ।

ହିନ୍ଦୁ ସଂଗଠନକୁ ରାହୁଲ ମଧ୍ୟ ଲସ୍କର-ଏ-ତୋଏବା ସହ ତୁଳନା କରିଥିଲେ ବୋଲି ଅମିତ ଶାହ କହିଛନ୍ତି।  ସେହିପରି ଜେପି ନଡ୍ଡା ଏହି ବୟାନକୁ ନେଇ ସିଧାସଳଖ ରାହୁଲ ଗାନ୍ଧିଙ୍କୁ ଘେରିଛନ୍ତି । ଏହା କଣ ତାଙ୍କର ପ୍ରେମର ଦୋକାନ ବୋଲି ସେ ପ୍ରଶ୍ନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.