Below header

ଜି-୨୦ : ବିଦେଶୀ ନେତାଙ୍କ ପାଇଁ ବିଭିନ୍ନ ସ୍ୱାଦିଷ୍ଟ ବ୍ୟଞ୍ଜନ ସହ ଚାନ୍ଦନୀ ଚୌକର ଚାଟ୍‌

ଜି-୨୦ ସମ୍ମିଳନୀ ପାଇଁ ସଜେଇ ହେଉଛି ନୂଆଦିଲ୍ଳୀ । ବିଦେଶରୁ ଆସୁଥିବା ସବୁ ଦେଶର ନେତାଙ୍କ ପାଇଁ ଖାସ ଆୟୋଜନ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ । ବିଶେଷଭାବେ ନେତାମାନଙ୍କର ଖାଦ୍ୟ-ପାନୀୟ ଉପରେ ଜୋର ଦିଆଯାଇଛି ।

ନୂଆଦିଲ୍ଲୀ : ଜି-୨୦ ସମ୍ମିଳନୀ ପାଇଁ ସଜେଇ ହେଉଛି ନୂଆଦିଲ୍ଳୀ । ବିଦେଶରୁ ଆସୁଥିବା ସବୁ ଦେଶର ନେତାଙ୍କ ପାଇଁ ଖାସ ଆୟୋଜନ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ । ବିଶେଷଭାବେ ନେତାମାନଙ୍କର ଖାଦ୍ୟ-ପାନୀୟ ଉପରେ ଜୋର ଦିଆଯାଇଛି । ଦେଶର ଏହି ନେତାଙ୍କ ଥାଳିରେ କି ପ୍ରକାର ଖାଦ୍ୟ ପରସା ଯିବ ତାହା ମଧ୍ୟ ତାଲିକା କରାଯାଇଛି ।

ବଭିନ୍ନ ପ୍ରକାର ଖଟା-ମିଠା ଓ ମସଲାଯୁକ୍ତ ଖାଦ୍ୟ ସହ ଚାନ୍ଦନୀ ଚୌକର ପ୍ରସିଦ୍ଧ ଚାଟ୍‌ ମଧ୍ୟ ପରସା ଯିବ ନେତାଙ୍କ ଟେବୁଲରେ । ସ୍ୱାଦ ପାଇଁ ଚାନ୍ଦନୀ ଚୌକର ଚାଟ୍‌ ପୁରା ଦେଶରେ ପ୍ରସିଦ୍ଧ । ଖାଦ୍ୟରେ ଭାରତର ସଂସ୍କୃିତିକୁ ଦେଖାଇବାର ପୟାସ କରାଯାଉଛି । ଖାଲି ସେତିକି ନୁହେଁ ବିଭିନ୍ନ ଦେଶରୁ ଆସୁଥିବା ନେତାଙ୍କ ପତ୍ନୀଙ୍କ ପାଇଁ ମଧ୍ୟ ଖାସ ବ୍ୟବସ୍ଥା କରାଯାଉଛି ।

ସେମାନଙ୍କୁ ଦେଶର ସଂସ୍କୃତି ସହ ପରିଚୟ କରାଇବା ସହ ବିଭିନ୍ନ ପ୍ରକାର ଗିପ୍ଟ ଦେବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଶୁଣାଯାଉଛି ଏହି ବିଦେଶୀ ଅତିଥିଙ୍କ ମାର୍କେଟିଂ ପାଇଁ ନେସନାଲ ଗାଲେରୀ ଅଫ୍‌ ମଡର୍ଣ୍ଣ ଆଟ ରେ ମଧ୍ୟ ବ୍ୟବସ୍ଥା କରାଯାଉଛି । ଅର୍ଥାତ ଭାରତର ସଂସ୍କୃତିକୁ ଆଗକୁ ବଢ଼ାଇବା ପାଇଁ ଏପରି ବ୍ୟବସ୍ଥା କରାଯାଉଛି ।

ପ୍ରକାଶଯୋଗ୍ୟ, ଭାରତରେ ୯ ଓ ୧୦ ସେପ୍ଟେମ୍ବରରେ ଜି-୨୦ ସମ୍ମିଳନୀ ହେବାକୁ ଯାଉଛି । ଗ୍ରୁପ୍‌ ଅଫ୍‌ ଟେ୍ଵଣ୍ଟି(ଜି-୨୦) ରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନଡା, ଚୀନ, ଫ୍ରାନ୍ସ, ଜର୍ମନୀ, ଭାରତ, ଇଣ୍ଡୋନେସିଆ, ଇଟାଲି, ଜାପାନ, ଦକ୍ଷିଣ କୋରିଆ, ମେକ୍ସିକୋ, ରୁଷ, ସାଉଦୀ ଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ,ଆମେରିକା, ୟୁକେ ଓ ୟୁରୋପିଅ ସଂଘ ଯୋଗ ଦେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.