Below header

ଜୋରଦାର ଚାଲିଛି ଚେକିଂ, ୨୪ ଘଣ୍ଟାରେ ଆଦାୟ ହେଲା ୧ କୋଟି ୬ ଲକ୍ଷ ଟଙ୍କା

ସରିଛି ୬ ମାସର ଡେଡଲାଇନ୍ । ପୁଣି କଡାକଡି ହୋଇଛି ଚେକିଂ ଏବଂ ପୁଣି ରାଜ୍ୟରେ କଡାକଡି ହୋଇଛି ଟ୍ରାଫିକ ନିୟମ । ଜୋରଦାର କରାଯାଇଛି ଯାଞ୍ଚ । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଯାଞ୍ଚ କଡାକଡ଼ି କରାଯାଉଛି ।

ଗତ ୨୪ ଘଣ୍ଟା ଭିତରେ ୩୮୭୦ ଜଣଙ୍କ ପାଖରୁ ଆଦାୟ ହୋଇଛି ୧ କୋଟି ୬ ଲକ୍ଷ ଟଙ୍କା। ତିନି ଜଣିଆ ବସି ଗାଡି ଚଳାଉଥିବା ବେଳେ ୧୨୬ ଜଣ ଧରାପଡିଛନ୍ତି। ମୋବାଇଲ ରେ କଥା ହେବା ବେଳେ ୪୮, ବିପରୀତ ଦିଗରେ ଗାଡି ଚଳାଇ ୧୦, ମଦ ପିଇ ୨୪, ବିନା ହେଲମେଟରେ ୧୧୮୩୧, ବିନା ସିଟ ବେଲ୍ଟ ରେ ୩୪୯, ଦ୍ରୁତ ଗାଡି ଚାଳନା ରେ ୨୭୭ ଲୋକଙ୍କ ଠାରୁ ଜରିମାନା ଆଦାୟ ହୋଇଛି।

trafficସୂଚନା ଦେଲେ ପରିବହନ ମନ୍ତ୍ରୀ। ୩୮୭୦ ଜଣଙ୍କ ଭିତରୁ RTକ୍ସ ୧୭୫୮ ଜଣଙ୍କ ପାଖରୁ ୮୮ ଲକ୍ଷ ଓ ପୋଲିସ ୨୧୧୨ ଜଣଙ୍କ ପାଖରୁ ୧୮ ଲକ୍ଷ ଆଦାୟ କରିଛି। ମଦ ପିଇ ଗାଡି ଚଳାଉଥିବା ଲୋକଙ୍କ ବିରୋଧରେ ପୋଲିସ ସିଧା ମାମଲା ରୁଜୁ କରୁଛି। ତେଣୁ ଆପଣ ଟ୍ରାଫିକ ନିୟମକୁ ସମ୍ପୂର୍ଣ୍ଣ ଭାବରେ ମାନିବା ଉଚିତ। ନଚେତ ଆପଣ ଘରେ ଥିବେ କେତେବେଳେ ଆପଣଙ୍କ ପାଖକୁ ପହଁଚିବ ମୋଟା ଅଙ୍କା ଚାଲାଟ। ସାବଧାନ ରୁହନ୍ତୁ, ଟ୍ରାଫିକ ନିୟମ ମାନନ୍ତୁ, ସୁରକ୍ଷିତ ରୁହନ୍ତୁ।

ଏବେ ଆସନ୍ତୁ ଜାଣିବା କେଉଁ ନିୟମ ଉଲଙ୍ଘନ କଲେ କେତେ ଟଙ୍କା ଦେବେ ଜରିମାନା

traffic rule odisha

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.