ପାକିସ୍ତାନରେ ରହିଛି ସେହି ପାଞ୍ଚଟି ଦୁର୍ଗ, ଯିଏକି ଥିଲା ଭାରତର ଗର୍ବ ଏବଂ ଗୌରବ

ପାକିସ୍ତାନ ସବୁବେଳେ ଆତଙ୍କବାଦକୁ ନେଇ ସମଗ୍ର ବିଶ୍ୱରେ ଚର୍ଚ୍ଚିତ ରହିଥାଏ। କିନ୍ତୁ ଆପଣ ସେଠାରେ ଥିବା କିଲ୍ଲା ବିଷୟରେ ଜାଣିଛନ୍ତି କି ? ପାକିସ୍ତାନରେ ଏପରି କେତେକ ବିଳାସପୂର୍ଣ୍ଣ ଏବଂ ଐତିହାସିକ ଦୁର୍ଗ ରହିଛି, ଯାହା କେବେ ଭାରତର ଗର୍ବ ରହିଥିଲା। ଭାରତ ଓ ପାକିସ୍ତାନ ବିଭାଜିତ ହେବା ସମୟରେ ଭାରତର ଏହିସବୁ ଭାଗ ପାକିସ୍ତାନ ଅଧିନକୁ ଚାଲିଯାଇଥିଲା। ଏପରି କେତେକ ଦୁର୍ଗ ବିଷୟରେ ଆମେ ଆଜି ଆପଣଙ୍କୁ ଜଣାଇବୁ।

ଡେରାବର ଦୁର୍ଗ :

ପାକିସ୍ତାନର ବହାବଲପୁରର ଡେରା ନବାବ ସାହିବ ଠାରୁ ୪୮ କିଲୋମିଟର ଦୂରରେ ଅବସ୍ଥିତ ଡେରାବର ଦୁର୍ଗ। ଏହି ଦୁର୍ଗକୁ ଜୟସେଲମେରର ରାଜପୁତ ରାୟ ଜଜ୍ଜା ଭାଟି ନିର୍ମାଣ କରିଥିଲେ। ଏହି ଐତିହାସିକ ଦୁର୍ଗର ପାଚେରୀ ୩୦ ମିଟର ଉଚ୍ଚ ଏବଂ ୧୫୦୦ ମିଟର ଚଉଡା ରହିଥିଲା। ଏହି ଦୁର୍ଗ ଏପରି ବିଳାସପୂର୍ଣ୍ଣ ଏବଂ ସୁନ୍ଦର ରହିଥିଲା ଯେ, ଚୋଲିସ୍ତାନର ମରୁଭୂମିର ଅନେକ ମାଇଲ ବାଟରେ ଏହା ଦେଖାଯାଉଥିଲା।

altit-fort-

ଅଲତୀତ ଦୁର୍ଗ :

ପାକିସ୍ତାନର ଗିଲଗିତ-ବାଲିଷ୍ଟାନର ହୁଞ୍ଜା ଓ୍ଵଲିର କରୀମାବାଦରେ ରହିଥିବା ଅଲତୀତୀ ଦୁର୍ଗ ପାଖାପାଖି ୯୦୦ ବର୍ଷ ପୁରୁଣା। ଏହି ଦୁର୍ଗ ହୁଞ୍ଜା ରାଜ୍ୟର ରାଜାଙ୍କ ଦୁର୍ଗ ରହିଥିଲା। ଏକଦା ଏହି କିଲ୍ଲା ବହୁତ ଦୁର୍ଦ୍ଦଶା ମଧ୍ୟରେ ରହିଥିଲା। ଯାହାକୁ ପରେ ଆଗା ଖାନ ନରେଓ୍ଵ ଏବଂ ଜାପାନର ସହାୟତାରେ ଏହାକୁ ସଜାଡିଥିଲେ।

rohats

ରୋହତାସ ଦୁର୍ଗ :

ପାକିସ୍ତାନର ଝେଲକ ସହରର ଦୀନା ଟାଉନ ପାଖଷର ରହିଛି ରୋହତାସ ଦୁର୍ଗ। ଯାହାକୁ ଶେରଶାହ ସୁରୀ ୧୫୪୦ ଏବଂ ୧୫୪୭ ମସିହା ମଧ୍ୟରେ ନିର୍ମାଣ କରାଯାଇଥିଲା। ଏହାକୁ ନିର୍ମାଣ କରିବା ପାଇଁ ୩୦ ହଜାର ଲୋକ ନିଯୁକ୍ତି ହୋଇଥିଲେ ବୋଲି ଶୁଣିବାକୁ ମିଳୁଛି। ୧୨ଟି ଦ୍ୱାର ଥିବା ଏହି ବିଳାସପୂର୍ଣ୍ଣ ଦୁର୍ଗରେ ମୋଗଲମାନଙ୍କ ଅଧିକାର ରହିଥିଲା। ଯାହା ଏବେ ପାକିସ୍ତାନରେ ରହିଛି।

the royal

ରୟାଲ ଦୁର୍ଗ :

ପାଖାପାଖି ୨୦ ହେକ୍ଟର ବ୍ୟାପୀ ରହିଥିବା ଏହି ରୟାଲ କୋର୍ଟ ଲାହୋରେ ରହିଛି। ଯାହା ପାକିସ୍ତାନର ଐତିହାସିକ ଦୁର୍ଗ ଭାବେ ପରିଚିତ। କୁହାଯାଏ, ଏହି ଦୁର୍ଗକୁ ୧୫୬୦ରେ ମୋଗଲ ବାଦଶାହା ଅକବର ନିର୍ମାଣ କରିଥିଲେ। ଆଲମଗିର ଦ୍ୱାର ଦେଇ ଏହି କିଲ୍ଲାକୁ ପ୍ରବେଶ କରାଯାଉଥିଲା। ଯାହାକୁ ୧୬୧୮ରେ ଜାହାଙ୍ଗୀର ତିଆରି କରିଥିଲେ। ୧୪୦୦ ଫୁଟ ଲମ୍ବା ଏବଂ ୧୧୧୫ ଚଉଡା ଏହି କିଲ୍ଲା ୟୁନିସ୍କୋର ବିଶ୍ୱ ଐତିହ୍ୟ ସୂଚୀରେ ସ୍ଥାନ ପାଇଛି।

ranikot

ରାନୀକୋର୍ଟ ଦୁର୍ଗ :

ପାକିସ୍ତାନର ସିନ୍ଧ ପ୍ରାନ୍ତରେ ଜମଶୋରା କିର୍ଥର ରେଞ୍ଜର ଲକ୍କି ପାହାଡରେ ରହିଛି ରାନୀକୋର୍ଟ ଦୁର୍ଗ। ଯାହାକୁ ସିଂହ ଦ୍ୱାରା ମଧ୍ୟ କୁହାଯାଏ। ଏହି ଦୁର୍ଗ ୩୨ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ। ଏହା ଦୁନିଆର ସବୁଠାରୁ ବଡ ଦୁର୍ଗ। ଏହି ଦୁର୍ଗର ନିର୍ମାଣକୁ ନେଇ ଅନେକ ପ୍ରକାର କାହାଣୀ ରହିଛି। କିନ୍ତୁ ଏହା କେବେ ପ୍ରସ୍ତୁତ ହୋଇଥିଲା, ତାହା ବିଷୟରେ ସଠିକ୍‌ ତଥ୍ୟ କାହା ପାଖରେ ନାହିଁ।

Leave A Reply

Your email address will not be published.