Below header

ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ କଟକ ପୁରୀଘାଟ ଥାନାରେ ଜଣେ ମହିଳାଙ୍କ ଏତଲା

କଟକ : ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ କଟକ ପୁରୀ ଘାଟ ଥାନାରେ ଏତଲା । ଜଣେ ମହିଳା ଏହି ଏତଲା ଦେଇଛନ୍ତି । ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅନୁଭବ ମହାନ୍ତି ।

କହିଛନ୍ତି ସେଦିନ ରାତି ପ୍ରାୟ ଗୋଟାଏ ବେଳେ ଅତିଥିଙ୍କୁ ଛାଡ଼ିବାକୁ ଯାଉଥିଲି । ମହିଳା ଜଣକ ରାସ୍ତା ଉପରେ ପାଟିତୁଣ୍ଡ କରୁଥିଲେ । ଏ ସମ୍ପର୍କରେ ପୋଲିସକୁ ଖବର ଦେଇଥିଲି । ପୋଲିସ ଆସି ତାଙ୍କୁ ନେଇଥିଲା । ଆଜି ସେ ଅଭିଯୋଗ କରିଥିବା ଜାଣିଲି । ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବି । କେହି ବଦନାମ କରିବା ପାଇଁ ଏପରି କରିଥାଇପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.