ଇଂଲଣ୍ଡର ଦମଦାର ପ୍ରଦର୍ଶନ, ୱେଷ୍ଟଇଣ୍ଡିଜ୍‌କୁ ୮ ଓ୍ଵିକେଟ୍‌ରେ କଲା ପରାସ୍ତ

ୱେଷ୍ଟଇଣ୍ଡିଜକୁ ୮ ୱିକେଟରେ ପରାସ୍ତ କଲା ଇଲଂଣ୍ଡ । ସାଉଥମ୍ପଟନର ଦ ରୋଜ୍ ବାଉଲ ଷ୍ଟାଡିୟମରେ ଚାଲିଥିବା ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ପ୍ରଥମେ ବ୍ୟାଟିଂ କରି ଇଲଂଣ୍ଡର ଘାତକ ବୋଲିଂ ଆଗରେ ଧରାସାୟୀ ହୋଇଯାଇଥିଲା ୱେଷ୍ଟଇଣ୍ଡିଜ୍ । ୪୪.୪ ଓଭରରେ ମାତ୍ର ୨୧୨ ରନ କରି ହୋଇଥିଲା ଅଲଆଉଟ୍ ।

ୱେଷ୍ଟଇଣ୍ଡିଜ ପକ୍ଷରୁ ନିକୋଲାସ୍ ପୁରାନ୍ ୭୮ଟି ବଲରେ ୩ଟି ଚୌକା ଓ ଗୋଟିଏ ଛକା ସହାୟତାରେ ସର୍ବାଧିକ ୬୩ ରନ କରିଥିଲେ । ତାଙ୍କ ବ୍ୟତୀତ କ୍ରିସ୍ ଗେଲ ୩୬ ରନ(୪୧ବଲ), ସିମରନ ହେଟମାୟର ୩୯ ରନ(୪୮ ବଲ), ଆଣ୍ଡ୍ରେ ରସେଲ ୨୧ ରନ(୧୬ ବଲ), ବ୍ରେଥୱେଟ ୧୪ ରନ(୨୨ ବଲ) କରିଥିଲେ ।

ଅନ୍ୟପଟେ ୨୧୩ରନର ବିଜୟ ଲକ୍ଷକୁ ପିଛା କରି ମାତ୍ର ୩୩.୧ ଓଭରରେ ଦୁଇଟି ୱିକେଟ୍ ହରାଇ ମ୍ୟାଚ ହାତେଇଥିଲା ଇଲଣ୍ଡ । ଜଏ ରୁଟ୍ ୯୪ ବଲରେ ୧୧ଟି ଚୌକା ମାରି କରିଥିଲେ ଅପରାଜିତ ଶତକ । ଓପନର ଜନି ବେୟରଷ୍ଟୋ ୪୬ଟି ବଲରେ ୪୫ ରନ୍ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.