ସହିଦଙ୍କ ଭଉଣୀକୁ ଭାଇର ଅଭାବ କରାଇଦେଲେନି ଅନ୍ୟ ଯବାନ ମାନେ, ଚଟାଣରେ ପାଦ ଦେବା ପୂର୍ବରୁ ରଖିଲେ ନିଜ ହାତ

ବିହାର : ଭାଇ ଭଉଣୀର ସମ୍ପର୍କ ଏକ ଏମିତି ସମ୍ପର୍କ ଯାହା ସବୁଠାରୁ ଉର୍ଦ୍ଧରେ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଭାଇର ଶୁଭ ମନାସୀ ଭଉଣୀଟିଏ ଅନେକ ଓଷା ଉପବାସ କରିଥାଏ। ଭାଇ ହାତରେ ରାଖିବାନ୍ଧିବା ପାଇଁ ମଧ୍ୟ ଭଉଣୀଟିଏ ଉତ୍ସାହର ସହ ଅପେକ୍ଷା କରି ରହିଥାଏ । ସେଥିପାଇଁ ତ ଝିଅଟିଏ ଶାଶୁଘର ଯିବାବେଳେ ପ୍ରଥମେ ଭାଇର ଆବଶ୍ୟକତା ପଡିଥାଏ। କାହିଁକି ନା ବାପା ପରେ ଯଦି କେହି ଝିଅର ଯତ୍ନ ନେଇଥାଏ ସେ ହେଉଛି ଭାଇ। ସେଥିପାଇଁତ ସହିଦ ଯବାନଙ୍କ ଭଉଣୀଙ୍କ ଏହି ଭାଇର ଅଭାବ ଅନୁଭବ କରିବନି ବୋଲି ଭାଇର ସମସ୍ତ ସାଙ୍ଗ ବାହାଘରରେ ଅଲିଅଳୀ ଭଉଣୀକୁ ଖୁସି ଖୁସିରେ ଶାଶୁଘର ବିଦା କରିଥିଲେ

ଦୁଇ ବର୍ଷ ପୂର୍ବେ ରୋହତାସର ଅଶୋକ ଚକ୍ର ବିଜେତା ବାୟୂସେନାର ସହିଦ ଗରୁଡ କମାଣ୍ଡାଣ୍ଟ ଜ୍ୟୋତିପ୍ରକାଶ ନିରାଲ ଜାମ୍ମୁ କାଶ୍ମୀର ଆତଙ୍କ ବାଦୀଙ୍କ ଗୁଳିମାଡରେ ସହିଦ ହୋଇଥିଲେ । ତିନି ଭଉଣୀ ଭିତରେ ଗୋଟିଏ ଭାଇ ଥିଲେ ଜ୍ୟୋତି ପ୍ରକାଶ। ସେଥିପାଇଁ ଜ୍ୟୋତିଙ୍କ ସହିଦ ହେବା ପରେ ପରିବାର ଲୋକ ଚିନ୍ତିତ ହୋଇପଡିଥିଲେ ଝିଅ ବାହାଘର ନେଇ। ଜ୍ୟୋତିଙ୍କ ଭଉଣୀ ଶଶିକଳାଙ୍କ ଯେତେବେଳେ ବାହାଘର ପ୍ରସ୍ତାବ ଲାଗିଲା ସେତେବେଳେ ବାୟୁସେନାର ଗରୁଡ କମାଣ୍ଡାଣ୍ଟ ଯବାନ ମାନଙ୍କୁ ଖବର ଦିଆଗଲା।  ଉପଯୁକ୍ତ ସମୟରେ ଜ୍ୟୋତିଙ୍କ ସାଙ୍ଗ ମାନେ ଅର୍ଥାତ ଗରୁଡ କମାଣ୍ଡାଣ୍ଟର ୨୦ ଯବାନ ପହଞ୍ଚି ଯାଇଥିଲେ ବାହାଘରରେ ଆଉ ସବୁ ଦାୟୀତ୍ବକୁ ନିଜ କାନ୍ଧରେ ଉଠାଇ ନେଇଥିଲେ।

ଯେତେବେଳେ ଝିଅ ବିଦାର ସମୟ ଆସିଲା ସେତେବେଳେ ଯବାନ ମାନଙ୍କ ଏକ କାର୍ଯ୍ୟକଳାପ ପ୍ରତ୍ୟକ ଭାଇ ମନରେ ଆବେଗ ଭରିଦେବ ଭଳିଥିଲା । ଭଉଣୀ ଶଶିକଳାର ପାଦ ଯେପରି ତଳେ ନଲାଗିବା ସେଥିପାଇଁ ସବୁ ଯବାନ ଭାଇ ମାନେ ନିଜ ହାତକୁ ଚଟାଣ ଉପରେ ରଖି ଭଉଣୀଙ୍କୁ ସେଥିରେ ଚଲାଇ ଚଳାଇ ଶଶୁଘରକୁ ବିଦା କରିଥିଲେ। ଯବାନ ମାନଙ୍କ ଏଭଳି କାମ ଦେଖି ଗ୍ରାମବାସୀ ମାନଙ୍କ ଆଖିରୁ ଖୁସିର ଲୁହ ଝରିଆସିଥିଲା ଆଉ ଖୁସି ମନରେ କହୁଥିଲେ କେଡେ ଭାଗ୍ୟ ସେ ଶଶିକଳାର ଯିଏ ୨୦ ଯବାନର ଭଉଣୀ ହୋଇପାରିଲା ।ଶଶିକଳା ଏହା କହିଛନ୍ତି ଯେ, ତାଙ୍କ ମନରେ ଭାଇର ଅଭାବ ନଆସିବା ପାଇଁ ୨୦ ଯବାନ ମୋ ବାହାଘରରେ ଭାଇ ହୋଇ ଆସି ମୋ ଖୁସିକୁ ଦ୍ବିଗୁଣିତ କରିଦେଇଛନ୍ତି । ଏହା ମୋ ପାଇଁ ଗୌରବର ବିଷୟ। ସେହିପରି ସହିଦ ଜ୍ୟୋତିପ୍ରକାଶଙ୍କ ବାପା କହିଛନ୍ତି ତାଙ୍କ ପୁଅ ତାଙ୍କ ପାଖରେ ନାହିଁ ସତ କିନ୍ତୁ ଏହି ୨୦ ଜଣ ଯବାନ ମୋ ଝିଅର ଭାଇ ହୋଇ ତାକୁ ଶଶୁଘର ବିଦା କରିବା ମୋ ପାଇଁ ଗର୍ବର ବିଷୟ ହୋଇଛି। ସତରେ ଏଭଳି ଭାଇ ମାନଙ୍କ ବିଷୟରେ ସେହି ଶଶିକଳା କେବେ ସ୍ବପ୍ନରେ ସୁଦ୍ଧା ଭାବିନଥିବ। ହେଲେ ଭାରତ ମା’ର ଯେଉଁ ମାନେ ପ୍ରତିଦିନ ସୁରକ୍ଷା ଦେଇ ଆସୁଛନ୍ତି ସେ ଆଜି ଆଉ ଏକ ମାର ବୋଝକୁ ହାଲୁକା କରି କନ୍ୟାଦାନ କରିଥିବାରୁ ସେମାନଙ୍କ ପ୍ରତି ଆହୁରୀ ଅଧିକା ସମ୍ମାନ ବଢିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.