‘ଝିଅ ନୁହେଁ ତୁ କରୋନା ଭାଇରସ୍‌..’, ଗୀତକୁ ନେଇ ଥାନାରେ ଏତଲା

ଭୁବନେଶ୍ୱର/କଟକ (କେ ନ୍ୟୁଜ୍‌) : ଦେଶ କି ରାଜ୍ୟ ଅବା ବିଶ୍ୱ, ଯେଉଁଠି କିଛି ଘଟଣା ଘଟେ ଆମ ଚାଲୁ ସଂଗୀତ ଦୁନିଆରେ ତୁରନ୍ତ ତାହାର ପ୍ରଭାବ ପଡ଼ିଯାଏ । ସେହି ପରିସ୍ଥିତିକୁ ନେଇ ସଂଗେ ସଂଗେ ଗୀତ ଲେଖାଯାଏ ଓ ରେକର୍ଡ଼ିଂ ପରେ ବଜାରରେ ଧୁମ୍‌ ମଚାଏ ଏହି ଗୀତ । ଏବେ ସବୁଆଡ଼େ କରୋନା, କରୋନା ଚର୍ଚ୍ଚା । ତେଣୁ ତାକୁ ନେଇ ଆମ ଓଡ଼ିଆ ସଂଗୀତ ଜଗତ ମଧ୍ୟ ପଛରେ ନାହିଁ । ସିନେମା ସୁଟିଂ ସିନା କରୋନା ଭୟରେ ବନ୍ଦ ହୋଇଯାଇଛି ହେଲେ ଏହାକୁ ନେଇ ଗୀତ କିନ୍ତୁ ଲେଖାଯାଇ ବଜାରକୁ ଆସି ସାରିଛି । ‘ଝିଅ ନୁହେଁ ତୁ କରୋନା ଭାଇରସ୍‌..’ । ଏହି ଗୀତଟି ଯୁବ ପିଢ଼ିଙ୍କ ଲକ୍ଷ୍ୟ କରି ଟିକେ ହାସ୍ୟରସ ଭରି ଲେଖା ଯାଇଛି । ଯାହାକୁ ଗାଇଛନ୍ତି ବର୍ତ୍ତମାନର ସବୁଠୁ ଲୋକପ୍ରିୟ ଗାୟକ ହ୍ୟୁମାନ୍‌ ସାଗର । ପବିତ୍ର ରଚନା କରିଥିବା ଏହି ଗୀତରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗଣେଶ ପ୍ରସାଦ ।

JHIA NUHEN TUହେଲେ ଗୀତଟି ଝିଅମାନଙ୍କ ମର୍ଯ୍ୟାଦା ହାନି କରୁଛି । ଏ ଅଭିଯୋଗ ଅନେକ ଲୋକଙ୍କ ସ୍ୱର ହୋଇ ଉଠିଛି । ପୁରୁଷ ଓ ମହିଳା ସମସ୍ତେ ଏହାକୁ ନାପସନ୍ଦ କରୁଛନ୍ତି । ସୋସିଆଲ ମିଡିଆରୁ ଆରମ୍ଭ କରି ବିଭିନ୍ନ ମାଧ୍ୟମରେ ଲୋକେ ଏହି ଗୀତକୁ ବିରୋଧ କରୁଛନ୍ତି । ଶେଷରେ ଏହା ବିରୋଧରେ ଥାନାରେ ଏତଲା ଦିଆଯାଇଛି ।

fir copy

କଟକ ମହିଳା ଥାନାରେ କିଛି ସାମାଜିକ ସଂଗଠନ ତରଫରୁ ଗାୟକ ହ୍ୟୁମାନ ସାଗରଙ୍କ ନାଁରେ ଏତଲା ଦିଆଯାଇଛି । ସମାଜସେବୀ ସସ୍ମିତା ଦାସ ଏବଂ ସହଯୋଗୀଙ୍କ ପକ୍ଷରୁ ଏହି ଗୀତକୁ ବ୍ୟାନ୍‌ କରିବାକୁ ଲିଖିତ ଅଭିଯୋଗ କରାଯାଇଛି । ତେବେ ଏ ନେଇ ଗୀତର ପ୍ରଯୋଜନା ସଂସ୍ଥା ତରଫରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.