ପାଟଣାଗଡ଼ରେ କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍‌ ବସ୍‌ କରିବା ଘଟଣା, ବିଧାୟକ ସରୋଜ ମେହେରଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ

ପାଟଣାଗଡ଼ : କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଠବସ୍‌ ଘଟଣାରେ ବିଧାୟକଙ୍କ ନାଁରେ ମାମଲା ରୁଜୁ । ଜେଇଙ୍କ ପତ୍ନୀଙ୍କ ଏତଲା ଆଧାରରେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ନାଁରେ ମାମଲା ରୁଜୁ ହୋଇଛି। ଆଇପିସିର ଧାରା ୩୪୧, ୩୬୩, ୨୯୪, ୩୨୩, ୩୫୩, ୩୫୫, ୫୦୦ ଓ SC/ST ଆକ୍ଟରେ ମାମଲା ରୁଜୁ କରିଛି ପାଟଣାଗଡ଼ ପୋଲିସ । ଗତକାଲି କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ବିଧାୟକ ଉଠବସ୍‌ କରିବାର ଦୃଶ୍ୟ ଭାଇରାଲ୍‌ ହୋଇଥିଲା । PWDର ଅଫିସର ଜୟକାନ୍ତ ଶବରଙ୍କୁ ପାଟଣାଗଡ଼ ବିଧାୟକ ରାସ୍ତା ନିର୍ମାଣରେ ନିମ୍ନମାନର କାମ ହୋଇଥିବା ଅଭିଯୋଗରେ ରାଜରାସ୍ତାରେ ଧମକାଉଥିବା ସହ ବସ୍‌ ଉଠ୍‌ କରାଉଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାରେ ଜୟକାନ୍ତଙ୍କ ପତ୍ନୀ ଥାନାରେ ଏତଲା ଦେଇଥିଲେ। ତାପରଠୁ ନିଖୋଜ ଥିବା ଜେଇଙ୍କୁ ଆଜି ନୂଆପଡ଼ା ଜିଲ୍ଲା ଖରିଆରରୁ ଉଦ୍ଧାର କରିଥିଲା ପାଟଣାଗଡ଼ ପୋଲିସ। ଏହି ଘଟଣାରେ ଉପଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଥିଲେ ବଲାଙ୍ଗିର ଜିଲ୍ଲାପାଳ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.