Below header

ତପସ୍ବିନୀ ଏକ୍ସପ୍ରେସର ତିନିଟି ବଗିରେ ଲାଗିଲା ନିଆଁ

ପୁରୀ : ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ। ପୁରୀ ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ଠିଆ ହୋଇଥିବା ବେଳେ ଲାଗିଲା ନିଆଁ । ୩ଟି କୋଚ୍‌ରେ ନିଆଁ ଲାଗିଛି। ସମ୍ପୂର୍ଣ୍ଣ ଜଳି ଯାଇଛି ଟ୍ରେନର S-4 ସ୍ଲିପର୍‌ ବଗି। ସେହିପରି S-3, S-5 କୋଚ୍‌ ବି କ୍ଷତିଗ୍ରସ୍ତ ହୋଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ଆଜି ଅପରାହ୍ଣ ୧୨ଟା ୪୦ ମିନିଟରେ ଗୋଟିଏ ବଗିରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ପରେ ଏହି ନିଆଁ ବ୍ୟାପିଥିଲା ଅନ୍ୟ ବଗିକୁ। ପୂରା ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ଅଗ୍ନିଶମ ବାହିନୀର ୮ଟି ଟିମ୍‌ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.