ଗଞ୍ଜାମ(କେନ୍ୟୁଜ୍): ହୁତୁ ହୁତୁ ହୋଇ ଜଳିଗଲା ମୋବାଇଲ ଦୋକାନ। ନିମିଷକ ମଧ୍ୟରେ ଜଳିପୋଡି ଛାରଖାର ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ଗଞ୍ଜାମ ଜିଲ୍ଲା ଭଂଜନଗର ସହର ବଜାରରେ ଥିବା ଏକ ମୋବାଇଲ ଦୋକାନରେ ଏହି ଅଗ୍ନିକାଣ୍ଡ ଘଟିଛି। ଗତକାଲି ରାତିରେ ଦୋକାନଟି ବନ୍ଦ ଥିବାବେଳେ ହତାଠ୍ ନିଆଁ ଲାଗିଯାଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲା।