Below header

ଭାରତୀୟ ମହିଳା ରଗ୍‌ବୀ ଟିମରେ ଥିବା ୭ ଜଣ ଓଡ଼ିଆ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ବର(କେନ୍ୟୁଜ୍): ଭାରତୀୟ ମହିଳା ରଗ୍‌ବୀ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା। ଗତକାଲି ୭ ଜଣ ଓଡ଼ିଆ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି। ସେମାନଙ୍କୁ ରୁପା ତାରକସୀର କୋଣାର୍କ ଚକର ଉପହାର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। କ୍ରୀଡ଼ା ଦକ୍ଷତାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଦେଶ ଓ ରାଜ୍ୟ ପାଇଁ ସେମାନେ ଗୌରବ ଆଣିଥିବା ବେଳେ ଆଗକୁ ଅନେକ ସଫଳତା ପାଇବେ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ଖେଳାଳିମାନଙ୍କ ସହ ଉପସ୍ଥିତ ଥିଲେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଆଥଲେଟ୍‌ ଦୂତୀ ଚାନ୍ଦ। ନିକଟରେ ଫିଲିପିନ୍ସର ମାନିଲାରେ ଅନୁଷ୍ଠିତ ଏସିଆନ୍‌ ରଗ୍‌ବୀ ମହିଳା ଚାମ୍ପିଅନସିପ୍‌ରେ ଭାରତ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଭାରତୀୟ ମହିଳା ଟିମ୍‌ରେ ଅଛନ୍ତି କିସ୍‌ର ୫ ଜଣ ଛାତ୍ରୀ ହୁପି ମାଝୀ, ରଜନୀ ଶବର, ମୀନାରାଣୀ ହେମ୍ବ୍ରମ, ପାର୍ବତୀ କିସ୍କୁ ଓ ସୁମିତ୍ରା ନାୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.