ରାଜ୍ୟସ୍ତରୀୟ ପ୍ରଥମ ରେଲେଓ୍ଵ ସୁରକ୍ଷା ବୈଠକ, ରେଳଯାତ୍ରୀଙ୍କ ସୁରକ୍ଷାକୁ ଦିଆଯାଇଛି ଗୁରୁତ୍ୱ

ଭୁବନେଶ୍ୱର(କେନ୍ୟୁଜ୍) : ଭୁବନେଶ୍ୱର ସ୍ଥିତ ଡିଜିପି କ୍ୟାମ୍ପ ଅଫିସରେ ରାଜ୍ୟସ୍ତରୀୟ ପ୍ରଥମ ରେଲେଓ୍ଵ ସୁରକ୍ଷା ବୈଠକ। ପୋଲିସ ଡିଜିପି ଡାକ୍ତର ଆର. ପି. ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏହି ବୈଠକ । ରେଳଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି। ଦିନକୁ ଦିନ ନିଶା ଦେଇ ଯାତ୍ରୀମାନଙ୍କୁ ଲୁଟ କରିବା ଘଟଣା ବଢି ଚାଲିଛି । ଏହାକୁ ରୋକିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। କିନ୍ନରମାନେ ଯେଉଁଭଳି ଭାବେ ଯାତ୍ରୀମାନଙ୍କୁ ହଇରାଣ କରୁଛନ୍ତି ତାହା କିଭଳି ବନ୍ଦ ହେବ ସେନେଇ ମଧ୍ୟ ଆଲୋଚନା ହୋଇଥିଲା । ବୈଠକରେ ରେଲେଓ୍ଵ ଏଡିଜି ପ୍ରାଣବିନ୍ଦୁ ଆଚାଯ୍ୟର୍, ଏଡିଜି ପୋଲିସ ଇଣ୍ଟେଲିଜେନସ ଆର. କେ. ଶର୍ମ୍ମା, ଆଇଜି ଆରପିଏଫ୍‌ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.