Below header

ବ୍ରହ୍ମଗିରିରେ ଅଗ୍ନିକାଣ୍ଡ, ଜଣେ ଗୁରୁତର: ୮ଟି ଗାଈ ନିଆଁରେ ପୋଡ଼ି ଆହତ

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ କାଠୁଆ ଆରିଡି ଓ ମଢ଼ପଦା ଗାଁରେ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ଜଣେ ଗୁରୁତର ହୋଇ ପୁରୀ ସଦର ଚିକିତ୍ସଳୟରେ ଭର୍ତି ହୋଇଛନ୍ତି । ସେହିପରି ୮ଟି ଗାଈ ନିଆଁରେ ପୋଡ଼ି ଆହତ ହୋଇଥିବାବେଳେ, ଗୋଟିଏ ଗାଈର ମୃତ୍ୟୁ ହୋଇଛି।

ମିଳିଥିବା ଖବର ମୁତାବକ, ଗତକାଲି କାଠୁଆ ଆରର୍ଡି ଗାଁର ସୁରଥ ଜେନାଙ୍କ ଘରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ପୋଡିଯାଇଛି । ଏହା ସହିତ ଗୋଟିଏ ଗାଈ ମୃତ ହୋଇଛି । ଆଉ ୮ଟି ଗାଈ ଗୁରୁତର ଆହତ ହୋଇଛନ୍ତି ।

ସେହିପରି ମଢ଼ପଦା ଗାଁର ମୁକୁନ୍ଦ ମୁଦୁଲିଙ୍କ କୁମ୍ଭାର ଶାଳରେ ଆଜି ସକାଳୁ କୁଡୁଆ ପୋଡ଼ା ହେବା ବେଳେ ହଟାତ କୁମ୍ଭାର ଶାଳରେ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳିଯାଇଥଥିଲା । ମୁକୁନ୍ଦ ନିଆଁକୁ ଆୟତ୍ତ କରିବା ବେଳେ ଗୁରୁତର ହୋଇଥିଲେ । ତାଙ୍କୁ ପରିବାର ଲୋକେ ଚିକିତ୍ସ ପାଇଁ ପୁରୀ ସଦର ଚିକିତ୍ସାଳୟର ଭର୍ତି କରିଛନ୍ତି । ଖବର ପାଇ ଉଭୟ ସ୍ଥାନରେ ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.