ବିଜେଡ଼ି ହେବ ଆହୁରି ସଶକ୍ତ, ୨୦ରେ ବସିବ ବିଜେଡିର କାର୍ଯ୍ୟକାରିଣୀ ବୈଠକ

କେନ୍ୟୁଜ୍(ବ୍ୟୁରୋ): ୨୦ରେ ବସିବ ବିଜେଡିର କାର୍ଯ୍ୟକାରିଣୀ ବୈଠକ। ୨୧ରେ ହେବ ରାଜ୍ୟ ପରିଷଦ ବୈଠକ। ଏଥିରେ ସାଙ୍ଗଠନିକ, ରାଜନୈତିକ ଓ ଅର୍ଥନୈତିକ ଆଲୋଚନା କରାଯିବ। ୨୬ରେ ପାଳନ ହେବ ପ୍ରତିଷ୍ଠା ଦିବସ। ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଉପସଭାପତି ଦେବୀ ମିଶ୍ର ଏନେଇ ସୂଚନା ଦେଇଛନ୍ତି। ପ୍ରତି ନିର୍ବାଚନ ମଣ୍ଡଳୀରେ ପ୍ରତିଷ୍ଠା ଦିବସ ପାଳନ କରାଯିବ ବୋଲି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ସୂଚନା ଦେଇଛନ୍ତି।

bjd party

ଏଥିରେ ସମସ୍ତ ସଦସ୍ୟ ଯୋଗଦେବେ। ବୈଠକରେ ରାଜନୈତିକ ଚିଠା ପ୍ରସ୍ତାବ ଗ୍ରହଣ କରାଯିବ। ଆଗାମୀ କାର୍ଯ୍ୟକ୍ରମ ନେଇ ହେବ ବିସ୍ତୃତ ଆଲୋଚନା କରାଯିବ। ବ୍ୟାପକ ଦାୟିତ୍ୱ ବଣ୍ଟନ ନେଇ ମଧ୍ୟ ଆଲୋଚନା କରାଯିବା ସହ ଆଗାମୀ ଦିନର ରଣକୌଶଳ ନିର୍ଦ୍ଧାରଣ ହେବ। ସାଙ୍ଗଠନିକ ଜିଲ୍ଲାରେ ଦଳକୁ ଅଧିକ ଦୃଢ କରାଯିବ। ସଭ୍ୟ ସଂଗ୍ରହ ସହ ଲୋକାଭିମୁଖୀ କାର୍ଯ୍ୟ କରିବା ଲକ୍ଷ୍ୟ ବୋଲି କହିଛନ୍ତି ସ଼ଂଜୟ ଦାସବର୍ମା।

Leave A Reply

Your email address will not be published.