ଯାଜପୁର: ଧନିଆ ପାହାଡ଼ ଜଙ୍ଗଲରେ ନିଆଁ, ଆୟତ୍ତ କଲା ବୈରୀ ବନ ବିଭାଗ ଓ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ

ଜଙ୍ଗଲରେ ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ବୈରୀ ବନ ବିଭାଗ ଅଧିକାରୀ ଓ ଚଣ୍ଡିଖୋଲ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଛି। ଅଗ୍ନିକାଣ୍ଡରେ ବହୁ ମୂଲ୍ୟବାନ ଗଛ ଜଳି ଯାଇଥିବା ସୂଚନା ମିଳିଛି।

ଯାଜପୁର (କେନ୍ୟୁଜ): ନିଆଁ ଲାଗି ଜଳୁଛି ଜଙ୍ଗଲ। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସୋଲର ନିକଟସ୍ଥ ଧନିଆ ପାହାଡ଼ରେ ନିଆଁ ଲାଗି ଯାଇଥିଲା। ଯାହା ଫଳରେ ଜଙ୍ଗଲରେ ନିଆଁ ବ୍ୟାପି ଯାଇଥିଲା। ଜଙ୍ଗଲରେ ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ବୈରୀ ବନ ବିଭାଗ ଅଧିକାରୀ ଓ ଚଣ୍ଡିଖୋଲ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଛି। ଅଗ୍ନିକାଣ୍ଡରେ ବହୁ ମୂଲ୍ୟବାନ ଗଛ ଜଳି ଯାଇଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ବିଭିନ୍ନ ସମୟରେ ବୈରୀ ରେଞ୍ଜ ଅଧୀନରେ ଥିବା ପାହାଡ଼ରେ ନିଆଁ ଲାଗି ଜଙ୍ଗଲ ଜଳୁଥିବାର ଦେଖିବାକୁ ମିଳୁଛି। ଯାହାକୁ ନେଇ ବନ ବିଭାଗ ପକ୍ଷରୁ ପଦକ୍ଷେପ ନେବା ପାଇଁ ଦାବି ହୋଇଛି।