Below header

ଶିକ୍ଷକ ବଦଳିକୁ ନେଇ ତାତିଲେ ଅଭିଭାବକ, ଭଦ୍ରକ ରଣଜିତ ପଞ୍ଚାୟତ ଆଶ୍ରମ ବିଦ୍ୟାଳୟରେ ତୁମୁଳକାଣ୍ଡ

ଅଶ୍ରମ ବିଦ୍ୟାଳୟରେ ଶିକ୍ଷକ ବଦଳିକୁ ନେଇ ହୋଇଛି ତୁମୁଳକାଣ୍ଡ । ସ୍କୁଲରେ ଶହେରୁ ଅଧିକ ଛାତ୍ରଛାତ୍ରୀ ଥିବା ବେଳେ ଶିକ୍ଷକ ଅଛନ୍ତି ମାତ୍ର ଛଅ ଜଣ । ପାଠ ପଢାରେ ସମସ୍ୟା ହେଉଥିବା ନେଇ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ଗ୍ରାମବାସୀ ।

ଭଦ୍ରକ(କେନ୍ୟୁଜ୍): ଶିକ୍ଷକ ବଦଳିକୁ ନେଇ ଉତ୍ତେଜନା । ବ୍ଳକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କୁ ଟଣାଓଟରା ନେଲେ ଅଭିଭାବକ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ରଣଜିତ ପଞ୍ଚାୟତରେ ଦେଖିବାକୁ ମିଳିଛି ଏପରି ଘଟଣା । ଆଶ୍ରମ ବିଦ୍ୟାଳୟରେ ଶିକ୍ଷକ ବଦଳିକୁ ନେଇ ହୋଇଛି ତୁମୁଳକାଣ୍ଡ । ସ୍କୁଲରେ ଶହେରୁ ଅଧିକ ଛାତ୍ରଛାତ୍ରୀ ଥିବା ବେଳେ ଶିକ୍ଷକ ଅଛନ୍ତି ମାତ୍ର ଛଅ ଜଣ । ପାଠ ପଢାରେ ସମସ୍ୟା ହେଉଥିବା ନେଇ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ଗ୍ରାମବାସୀ । ଏପରି କ୍ଷେତ୍ରରେ ନୂଆ ନିଯୁକ୍ତି ନଦେଇ ବରଂ ଶିକ୍ଷକଙ୍କ ବଦଳି କରାଯାଇଥିଲା । ଯାହାକୁ ନେଇ ତାତିଥିଲେ ଗାଁ ଲୋକ ।

ସ୍କୁଲ ଗେଟରେ ତାଲା ପକାଇ ଧାରଣାରେ ବସିଥିଲେ ଅଭିଭାବକ ଏବଂ ଛାତ୍ରଛାତ୍ରୀ । ଘଟଣାସ୍ଥଳରେ ବ୍ଳକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପହଞ୍ଚିବା ପରେ ତାଙ୍କୁ ଠେଲାପେଲା କରିବା ସହ ଟଣାଓଟରା କରିଥିଲେ ଉତ୍ତ୍ୟକ୍ତ ଲୋକେ । ଏପରିକି କିଛି ସମୟ ପାଇଁ ଅଟକ ରଖିଥିଲେ । ସେପଟେ ଖବର ପାଇ ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ ପୋଲିସ ଓ ତହସିଲଦାର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.