Below header

ରାଜଧାନୀରେ ଅଭାବନୀୟ ଘଟଣା, ବିଳମ୍ବିତ ରାତିରେ ଦୃର୍ବୃତ୍ତ ଲଗାଇଲେ ଘରେ ନିଆଁ

 

ଭୁବନେଶ୍ବର(କେନ୍ଯୁଜ୍) : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାଜଧାନୀ ଭୁବନେଶ୍ୱରରେ ଅଭାବନୀୟ ଘଟଣା । ବିଳମ୍ବିତ ରାତିରେ ଘରେ ନିଆଁ ଲଗାଇଲେ ଦୃର୍ବୃତ୍ତ । ଏଭଳି ଘଟଣା ଘଟିଛି ଭୀମଟାଙ୍ଗୀ ଫେଜ୍‌-ଟୁ ଅଞ୍ଚଳରେ ରହୁଥିବା ଚିତ୍ତରଞ୍ଜନ ସ୍ୱାଇଁଙ୍କ ଘରେ । ଗତକାଲି ରାତି ପ୍ରାୟ ଗୋଟାଏ ସମୟରେ ଏହି ଘଟଣା ଘଟିଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡରେ ଚିତ୍ତରଞ୍ଜନଙ୍କ ଗୋଟିଏ କାର୍‌, ୩ଟି ବାଇକ୍‌, ଘରର ଅସବାବପତ୍ର ଜଳିପୋଡି ନଷ୍ଟ ହୋଇଯାଇଛି । ଏନେଇ ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.