କାଲି ଦିଲ୍ଲୀରେ ମେକ୍ ଇନ୍ ଓଡ଼ିଶା ରୋଡ ସୋ : ଓଡ଼ିଶାରେ ନିବେଶ ସୁଯୋଗ ସମ୍ପର୍କରେ ଶିଳ୍ପପତିମାନଙ୍କୁ ଅବଗତ କରାଯିବ

ମେକ୍ ଇନ ଓଡ଼ିଶା ରୋଡ ସୋକୁ ବିଜେପିର ବିରୋଧ, କହିଲେ ପୁଞ୍ଜିନିବେଶ ପାଇଁ ପ୍ରଚାର ନାଁରେ ଚାଲିଛି ଆତ୍ମ ପ୍ରଚାର

ଭୁବନେଶ୍ବର(କେନ୍ଯୁଜ୍) : ଆସନ୍ତାକାଲି ଦିଲ୍ଲୀରେ ହେବ ମେକ୍ ଇନ୍ ଓଡ଼ିଶା ପାଇଁ ରୋଡ ସୋ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ବିଭିନ୍ନ ଶିଳ୍ପ ସଂସ୍ଥାକୁ ଆହ୍ଵାନ କରିବେ । ଦିଲ୍ଲୀ ମୌର୍ଯ୍ୟ ସେରେଟନ୍ ହୋଟେଲରେ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ସରିଛି । ବେଙ୍ଗାଳୁରୁ, ମୁମ୍ବାଇ ପରେ ଦିଲ୍ଲୀ । ମେକ୍ ଇନ୍ ଓଡ଼ିଶା ରୋଡ ସୋ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପଯ୍ୟାର୍ୟରେ । ଏଥିପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାର୍ଯ୍ୟକ୍ରମରେ ବହୁ ଶିଳ୍ପପତି ଓ ଷ୍ଟାର୍ଟ ଅପ୍ କଂପାନୀ ପ୍ରମୁଖ ଯୋଗ ଦେବେ । ସେହିପରି ଦିଲ୍ଲୀରେ ଅବସ୍ଥାପିତ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ରୋଡ ସୋରେ ଓଡ଼ିଶାରେ ନିବେଶ ସୁଯୋଗ ସମ୍ପର୍କରେ ଶିଳ୍ପପତିମାନଙ୍କୁ ଅବଗତ କରାଯିବ । ଏହି ଅବସରରେ ରାଜ୍ୟରେ ବୃହତ ପୁଞ୍ଜିନିବେଶ ନେଇ ଆଶା ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ।

make in odisha 1

ମେକ ଇନ୍ ଓଡିଶା ପାଇଁ ବେଙ୍ଗାଳୁରୁ ଓ ପରେ ମୁମ୍ବାଇରେ ରୋଡ ସୋ ହୋଇଥିଲା । ଏଥିରେ ଯୋଗ ଦେଇଥିଲେ ଦେଶର ଜଣାଶୁଣା ଶିଳ୍ପପତି । ରିଲିଆନ୍ସର ମୁଖ୍ୟ ମୁକେଶ ଅମ୍ବାନୀ, ମହେନ୍ଦ୍ରା ଗ୍ରୁପର ଆନନ୍ଦ ମହେନ୍ଦ୍ରାଙ୍କ ସହ ବିର୍ଲା ଗ୍ରୁପର ମଂଗଳମ ବିର୍ଲା ଓଡିଶାରେ ପୁଞ୍ଜିନିବେଶ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ସହ ଓ୍ଵାନ ଟୁ ଓ୍ଵାନ ଆଲୋଚନା କରିଥିଲେ ।ମେକ୍ ଇନ ଓଡ଼ିଶା ରୋଡ଼ ସୋ ଓ ଆନ୍ଦୋଳନରତ ଶିକ୍ଷକଙ୍କ ସମସ୍ୟାକୁ ନେଇ ଆଜି ତାତିଥିଲା ବିଧାନସଭା। ରୋଡ ସୋ ନାଁରେ ଆତ୍ମ ପ୍ରଚାର ଚାଲିଥିବା ବିଜେପି ଅଭିଯୋଗ କରିଥିବା ବେଳେ ଶିକ୍ଷକଙ୍କ ସମସ୍ୟା ସମାଧାନ ଦାବିରେ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ ଅଡ଼ି ବସିଥିଲେ। ଆସନ୍ତାକାଲି ଆନ୍ଦୋଳନକାରୀ ଶିକ୍ଷକଙ୍କ ସହ ବିଭାଗୀୟ ମନ୍ତ୍ରୀ ଓ ସଚିବ ଆଲୋଚନା କରିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ବିଜେଡି କହିଛି ବିରୋଧୀଙ୍କ ଅଭିଯୋଗ ନିରର୍ଥକ ।

ଆହୁରି ପଢ଼ନ୍ତୁ :ତେଲେଙ୍ଗାନା କୋଣ୍ଡାଗାଟୁରେ ବଡ଼ ଧରଣର ବସ୍ ଦୁର୍ଘଟଣା : ୪୬ ମୃତ

ତାତିଲା ବିଧାନସଭାର ପ୍ରଶ୍ନକାଳ। ମେକ୍ ଇନ ଓଡ଼ିଶା ରୋଡ ସୋକୁ ବିଜେପିର ବିରୋଧ । ଦଳର ଅଭିଯୋଗ, ପୁଞ୍ଜିନିବେଶ ପାଇଁ ପ୍ରଚାର ନାଁରେ ଚାଲିଛି ଆତ୍ମ ପ୍ରଚାର । କେନ୍ଦ୍ରୀୟ ଅର୍ଥରେ ହେବାକୁ ଥିବା ବିଜୁଳି,ରାଷ୍ଟ୍ରୀୟ ରାଜମାର୍ଗ ଓ ରେଳ ଭିତ୍ତିଭୂମି ବିକାଶରେ ରାଜ୍ୟ ସରକାର ବାଧା ସୃଷ୍ଟି କରୁଛନ୍ତି । ବିଧାନସଭା ଚାଲିଥିବା ବେଳେ ଦିଲ୍ଲୀରେ ମେକ ଇନ ଓଡ଼ିଶା ରୋଡ ସୋରେ ମୁଖ୍ୟମନ୍ତ୍ରୀ ଯୋଗ ଦେବାକୁ ବିଜେପି ସମାଲୋଚନା କରିଛନ୍ତି । ସେହିପରି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ସଂସଦ ଚାଲୁଥିବା ବେଳେ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରେ ଯାଉଛନ୍ତି । ଏଥିପାଇଁ ବିଜେପିର ବିଧାୟକ ମୁଖ୍ୟମନ୍ତ୍ରୀ ବିଧାନ ସଭାରେ ଉପସ୍ଥିତ ରହିବା ପାଇଁ ଦାବି କରିବା ଅର୍ଥ ଚାଲୁଣି ଛୁଞ୍ଚିକୁ କହିବା ସହ ସମାନ । ସେପଟେ ଅଭିଯୋଗ ହାସ୍ୟାସ୍ପଦ ବୋଲି କହିଛି ବିଜେଡି। ମହତ ଉଦ୍ଦେଶ୍ୟ ରଖି ରୋଡ଼ ସୋ ହେଉଛି। ବିଜେପିର ଅଭିଯୋଗକୁ ବିକୃତ ମାନସିକତା ପରିଚାୟକ ।

ଆହୁରି ପଢ଼ନ୍ତୁ:ମନମୋହନ ସିଂହ ସରକାରଙ୍କ ଶେଷ ଦିନରେ କେତେ ଥିଲା ପେଟ୍ରୋଲ ଦାମ ? ମୋଦି ସରକାରଙ୍କ ସାଢ଼େ ୪ ବର୍ଷରେ କେଉଁ…

ସେହିପରି ଶୂନ୍ୟକାଳରେ ଆନ୍ଦୋଳନରତ ଶିକ୍ଷକଙ୍କ ସମସ୍ୟା ନେଇ ହୁଲସ୍ତୁଲ ହୋଇଥିଲା ଗୃହ । ରାଜରାସ୍ତାରେ ଶିକ୍ଷକ,ସ୍କୁଲରେ ତାଲା, ବିପର୍ଯ୍ୟସ୍ତ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଲୋଚନାରେ ବିରୋଧୀ ରାଜ୍ୟ ସରକାରଙ୍କ ଶିକ୍ଷା ବ୍ୟବସ୍ଥା ଉପରେ ବର୍ଷି ଥିଲେ । ସେପଟେ ଆଲୋଚନା ମାଧ୍ୟମରେ ଆନ୍ଦୋଳନରତ ଶିକ୍ଷକଙ୍କ ସହ ଆଲୋଚନା କରିବାକୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ବିଧାନସଭା ମୌସୁମୀ ଅଧିବେଶନର ଆଜି ଥିଲା ଷଷ୍ଠ ଦିନ । ତେବେ ହଟ୍ଟଗୋଳ ଯୋଗୁଁ ଏଯାଏଁ ଦିନଟିଏ ବି ପ୍ରଶ୍ନକାଳ ସ୍ୱାଭାବିକ ଭାବେ ଚାଲି ପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.