କେଇ ସେକେଣ୍ଡରେ ଭସ୍ମୀଭୂତ ହୋଇଗଲା ଶାଢି ଶୋ ରୁମ, ସର୍ଟ ସର୍କିଟ ସାଜିଲା ଦାଉ

ଅନୁଗୋଳ ବଜାର ଭିତରେ ମଙ୍ଗଲମ ନାମକ ଏକ ଲୁଗା ସୋରୁମ ରହିଛି । ଏହି ଶୋ ରୁମ ସାମ୍ନାରେ ଥିବା ଏକ ଇଲେକ୍ଟ୍ରି ପୋଲରେ ହଠାତ ସର୍ଟ ସର୍କିଟ ହୋଇଥିଲା । ପ୍ରଥମେ ଶୋ ରୁମରେ ସାମ୍ନାରେ ଥିବା ଏକ ଫ୍ଲେକ୍ସ ଓ ଦୁଇଟି ମୋଟରସାଇକେଲରେ ନିଆଁ ଲାଗିଥିଲା ।

ଅନୁଗୋଳ(କେନ୍ୟୁଜ୍): ଅନୁଗୋଳ ବଜାର ଭିତରେ ଥିବା ଏକ ଲୁଗା ଶୋ ରୁମରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଶୋ ରୁମଟି ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇ ଯାଇଛି । ଉପର ମହଲାରେ ଥିବା ଏକ ଘର ମଧ୍ୟ ନିଆଁରେ ପ୍ରଭାବିତ ହୋଇଛି । ସୂଚନା ଅନୁସାରେ ଅନୁଗୋଳ ବଜାର ଭିତରେ ମଙ୍ଗଲମ ନାମକ ଏକ ଲୁଗା ସୋରୁମ ରହିଛି । ଏହି ଶୋ ରୁମ ସାମ୍ନାରେ ଥିବା ଏକ ଇଲେକ୍ଟ୍ରି ପୋଲରେ ହଠାତ ସର୍ଟ ସର୍କିଟ ହୋଇଥିଲା । ପ୍ରଥମେ ଶୋ ରୁମରେ ସାମ୍ନାରେ ଥିବା ଏକ ଫ୍ଲେକ୍ସ ଓ ଦୁଇଟି ମୋଟରସାଇକେଲରେ ନିଆଁ ଲାଗିଥିଲା ।

ସେହି ବାଇକରୁ ନିଆଁ ଛିଟିକି ସୋରୁମରେ ନିଆଁ ଲାଗିଥିଲା । କେଇ ସେକେଣ୍ଡ ଭିତରେ ସୋରୁମ ସମେତ ଉପର ମହଲାରେ ନିଆଁ ଲାଗିଥିଲା । ଖବର ପାଇ ଦୁଇଟି ଦମକଳ ପହଁଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ । ପରେ ନାଲକୋ ଓ JSPLର ଆଉ ଦୁଇଟି ଗାଡି ଆସି ନିଆଁକୁ ଆୟତ କରିଥିଲେ । ତବେ ଅଗ୍ନିକାଣ୍ଡରେ ଦୁଇଟି ମୋଟରସାଇକେଲ ସମେତ ଲୁଗା ଦୋକାନଟି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇ ଯାଇଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.