Below header

ସମ୍ବଲପୁରକୁ ଲମ୍ବିଛି ନକଲି ସାର୍ଟିଫିକେଟ ଚେର, ୬ ଆଶାୟୀଙ୍କ ନାଁରେ ଟାଉନ୍‌ ଥାନାରେ ଅଭିଯୋଗ

ଭିଯୋଗ ଅନୁସାରେ ସମ୍ବଲପୁର ଡାକ ବିଭାଗରେ ବାହାରିଥିବା ୯୬ଟି ପଦବୀ ପାଇଁ ଅନେକ ଆଶାୟୀ ଆବେଦନ କରିଥିଲେ । କିନ୍ତୁ ସେମାନଙ୍କ ମଧ୍ୟରେ ୬ଜଣ ଉତ୍ତରପ୍ରଦେଶ ବୋର୍ଡର ସାର୍ଟିଫିକେଟ୍‌ ଦେଇଛନ୍ତି । ସେମାନେ ଉତ୍ତରପ୍ରଦେଶରେ ହିନ୍ଦୀ ବୋର୍ଡରେ ପାଠ ପଢିଥିବା କଥା ଉଲ୍ଲେଖ ରହିଛି ।

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁର ଜିଲ୍ଲାକୁ ଲମ୍ବିଛି ନକଲି ସାର୍ଟିଫିକେଟ ଚେର । ୬ ଆଶାୟୀଙ୍କ ନାଁରେ ଟାଉନ୍‌ ଥାନାରେ ଅଭିଯୋଗ କରିଛି ଡାକ ବିଭାଗ । ପୋଷ୍ଟାଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ଅଭିଯୋଗ ଆଧାରରେ ଏତଲା ଦିଆଯାଇଛି। ଅଭିଯୋଗ ଅନୁସାରେ ସମ୍ବଲପୁର ଡାକ ବିଭାଗରେ ବାହାରିଥିବା ୯୬ଟି ପଦବୀ ପାଇଁ ଅନେକ ଆଶାୟୀ ଆବେଦନ କରିଥିଲେ । କିନ୍ତୁ ସେମାନଙ୍କ ମଧ୍ୟରେ ୬ଜଣ ଉତ୍ତରପ୍ରଦେଶ ବୋର୍ଡର ସାର୍ଟିଫିକେଟ୍‌ ଦେଇଛନ୍ତି ।

ସେମାନେ ଉତ୍ତରପ୍ରଦେଶରେ ହିନ୍ଦୀ ବୋର୍ଡରେ ପାଠ ପଢିଥିବା କଥା ଉଲ୍ଲେଖ ରହିଛି । ସାର୍ଟିଫିକେଟର ତଥ୍ୟ ୱେବସାଇଟ୍‌ରେ ଉପଲବ୍ଧ ନାହିଁ । କିନ୍ତୁ ସେମାନଙ୍କ ସାର୍ଟିଫିକେଟରେ ଓଡ଼ିଆ ଏକ ବିଷୟ ବୋଲି ଉଲ୍ଲେଖ ରହିଛି । ସନ୍ଦେହ ହେବାରୁ ସମ୍ବଲପୁର ଡାକ ବିଭାଗ ପକ୍ଷରୁ ଟାଉନ ଥାନାରେ ଏତଲା ଦିଆଯାଇଛି ।

ଏମିତି ଆଉ କେତେ ନକଲି ସାର୍ଟିଫିକେଟରେ ଚାକିରି ପାଇଁ ଆବେଦନ କରିଛନ୍ତି ଅଧିକ ଖୋଳତାଡ କରୁଛି ସମ୍ବଲପୁର ପୋଲିସ । ପ୍ରାଥମିକ ତଦନ୍ତରୁ ଏହି ସାର୍ଟିଫିକେଟର ଲିଙ୍କ ବଲାଙ୍ଗିରର ବୋଲି ଜଣାପଡିଛି । ତେବେ ସବିଶେଷ ତଦନ୍ତ ପରେ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ ବୋଲି ସୂଚନା ଦେଇଛନ୍ତି ସମ୍ବଲପୁର ସଦର ଏସ୍‌ଡିପିଓ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.