Below header

OPTCLର ଖାମଖିଆଲି ମନୋଭାବ ପାଇଁ ଦୁର୍ଘଟଣା, ସର୍ଟସର୍କିଟ ଯୋଗୁଁ ନିଫ୍ଟ ଓ କିଟ କ୍ୟାମ୍ପସରେ ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ

ଭୁବନେଶ୍ବର : ଓପିଟିସିଏଲର ମନମାନି । ବାରମ୍ବାର ଅଭିଯୋଗ କଲେ ବି ଶୁଣୁନି । ଓପିଟିସିଏଲର ଖାମଖିଆଲି ମନୋଭାବ ଯୋଗୁଁ ଘଟୁଛି ଦୁର୍ଘଟଣା । ହେଲେ କର୍ତ୍ତୃପକ୍ଷ ବେଫିକର । ନିଫ୍ଟ ଓ କିଟ କ୍ୟାମ୍ପସରେ ୧୩୨ କେଭି ଡବଲ ସର୍କିଟ ଚନ୍ଦକା ଓ ମଞ୍ଚେଶ୍ୱର ଲାଇନରେ ସର୍ଟସର୍କିଟ ଯୋଗୁଁ କିଟ୍‌ ବିଶ୍ୱବିଦ୍ୟାଳୟର ଲକ୍ଷାଧିକ ଟଙ୍କାର ଟ୍ରାନସଫରମର, ୩ ଶହ କମ୍ପ୍ୟୁଟର ଓ ଆସବାବପତ୍ର ନଷ୍ଟ । ପୂର୍ବରୁ କିଟ୍‌ କର୍ତ୍ତୃପକ୍ଷ ବାରମ୍ବାର ଚିଠି ଲେଖି ୧୩୨ କେଭି ଲାଇନ ତାରକୁ ଅଧିକ ଉଚ୍ଚ କିମ୍ବା ମାଟିତଳେ ନେବାକୁ ବାରମ୍ବାର ଅନୁରୋଧ କରିଛନ୍ତି । ହେଲେ ଶୁଣୁନାହାନ୍ତିି ଓପିଟିସିଏଲ କର୍ତ୍ତୃପକ୍ଷ । ବିପଦ ସଙ୍କୁଳ ଅବସ୍ଥାରେ କିଟ୍‌ କ୍ୟାମ୍ପସ ଦେଇ ୧୩୨ କେଭି ତାର ଯାଇଥିବା ବେଳେ ଓପିଟିସିଏଲ ପୂରା ହାଲକା ଭାବେ ନେଇଛି । ଯାହା ଫଳରେ ଏଭଳି ଘଟଣା ଘଟିଥିବା କହିଛନ୍ତି କିଟ ବିଦ୍ୟୁତ ବିଭାଗ ସୁପରଟେଣ୍ଡଣ୍ଟ ।

ନିଜ ଦୋଷ ଲୁଚାଉଛନ୍ତି ଓପିଟିସିଲଏ ଅଧିକାରୀ । ଏହି ଘଟଣାକୁ ଅତି ହାଲୁକା ଭାବେ ନେଉଛନ୍ତି ।  ୧୩୨ କେଭି ଲାଇନରେ ସର୍ଟସର୍କିଟରୁ ଲକ୍ଷ ଲକ୍ଷ ଟଙ୍କାର ସଂପତ୍ତି ନଷ୍ଟ ହେଲେ ମଧ୍ୟ ଓପିଟସିଏଲ ଅଧିକାରୀ ବେଫିକର୍ ଭାବେ ମନ୍ତବ୍ୟ ଦେଉଛନ୍ତି । ଏନେଇ ତୁରନ୍ତ ଉଚିତ ପଦକ୍ଷେପ ନିଆନଗଲେ ଆଗକୁ ଏପରି ଅଘଟଣ ଯେ ନଘଟିବ କିଏ କହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.